ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଚାଳକ ମୃତ୍ୟୁ

0
81
ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୯/୦୩) : ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଚାଳକ ମୃତ୍ୟୁ ଘଟିଛି । ଏଭଳି ଅଘଟଣ ଘଟିଛି ବାସୁଦେବପୁର ଧାମରା ମୁଖ୍ୟ ରାସ୍ତାର ବଇଁଚା ଠାରେ ।

ମୃତ ବ୍ୟକ୍ତି ହେଉଛନ୍ତି ସେହି ଗ୍ରାମର ଗୋପାଳ ଦାସ । ସେ ସାଇକେଲ ଯୋଗେ ବଇଁଚା ମାର୍କେଟକୁ ଆସିଥିବାବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହେଇଯାଇଥିଲା । ତେବେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାର କେତେକ ଗ୍ରାମବାସୀ ମାନେ ଦେଖି ତାଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ ବାସୁଦେବପୁର ମେଡିକାଲରେ ଭର୍ତି କରିଥିଲେ । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।