କୋଟସମଲାଇ ରଥଛକ ଠାରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଉଦଯାପିତ

0
95
କୋଟସମଲାଇ ରଥଛକ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୦୯/୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଥଛକ ଠାରେ ହୋଲି ଅବସରରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ଉଦଯାପିତ ହୋଇଯାଇଛି ।

କୋଟସମଲାଇ ରଥଛକ ଠାରେ ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ପୂଜକ ଭାବରେ ଲକ୍ଷ୍ମଣ ନାୟକ ଓ ସୁରେଶ ନାୟକ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ କର୍ତ୍ତା ଭାବରେ ଗାଁ’ର ଗଡତିଆ ଚମରା ଅମାତ୍ ଓ ସୈରେନ୍ଦ୍ରି ଅମାତ୍ କାର୍ଯ୍ୟ ସମ୍ପାଦନ କରିଥିଲେ । ଆଜି ନାମଯଜ୍ଞ ଶେଷ ହୋଇଥିବାରୁ ଆଜି ପିପିଲିପାଲି ଓ ପୁଡାପାଲି ମଧ୍ୟରେ ବୈଠକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଦିନ ଧରି ଚାଲିଥିବା ଯାତ୍ରା ରେ କଳଶ ଶୋଭାଯାତ୍ରା, ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ, ଯଜ୍ଞ, ବୈଠକୀ, ନଗର ପରିକ୍ରମା, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ନାମଯଜ୍ଞ ଯାତ୍ରା କମିଟି ର ପର୍ଶୁରାମ ବାରିକ, ନିତ୍ୟାନନ୍ଦ ପଧାନ, ରମେଶ ସାହୁ, ଘାସିରାମ ଅମାତ୍, ଜୀବର୍ଦ୍ଧନ ଅମାତ୍, ପରମାନନ୍ଦ ହୋତା, କିଶୋର ଅମାତ୍ ଆଦି କର୍ମକର୍ତ୍ତା ପରିଚାଳନା କରିଥିଲେ । ଏହି ଅବସରରେ ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ଦୂରଦୂରାନ୍ତରୁ ଅନେକ ଭକ୍ତ ଦର୍ଶନାର୍ଥୀ ଆସିଥିଲେ ।