ଆସନ୍ତା ୧୮ ତାରିଖରେ କଳାଧନ ସମ୍ପର୍କିତ SIT ବୈଠକ

0
105
ଆସନ୍ତା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୦/୦୩) : ଆସନ୍ତା ୧୮ ତାରିଖରେ କଳାଧନ ସମ୍ପର୍କିତ SIT ବୈଠକ । କଟକରେ ଅନୁଷ୍ଠିତ ହେବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ।

SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୮ ତାରିଖରେ ହେବ ବୈଠକ । ବୈଠକରେ କଳାଧନ କାରବାର ନେଇ ହେବ ଆଲୋଚନା । ଯୋଗ ଦେବେ ED, IT, CBI, ଏକ୍ସସାଇଜ୍, କଷ୍ଟମ୍ , ଡାଇରେକ୍ଟ ଟ୍ୟାକ୍ସେସ୍ ବରିଷ୍ଠ ଅଧିକାରୀ । ଓଡ଼ିଶା ଡିଜି, ଖଣି, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ନିର୍ଦ୍ଦେଶକ ମଧ୍ୟ ଯୋଗ ଦେବେ । ଦେଶରେ କଳାଧନର କାରବାର ରୋକିବା ନେଇ ଗଠିତ ହୋଇଛି SIT । କଳାଧନ ସମ୍ପର୍କିତ ଅନ୍ୟ ପ୍ରସଙ୍ଗ ସହ କିଛି ସାମ୍ପ୍ରତିକ ପ୍ରସଙ୍ଗ ବାବଦରେ ହେବ ଆଲୋଚନା । ନିର୍ବାଚନରେ କଳାଧନ କାରବାର ଓ ଜବତ ହୋଇଥିବା ଟଙ୍କା ବାବଦରେ ମଧ୍ୟ ଆଲୋଚନା ହେବ । ଅର୍ଚ୍ଚନା ନାଗ ମାମଲା ମଧ୍ୟ ଆଲୋଚନାରେ ସ୍ଥାନ ପାଇବ । ଅର୍ଚ୍ଚନା ନାଗ ପାଖରୁ ଜବତ ହୋଇଥିବା କଳା ଟଙ୍କା ନେଇ ହେବ ଆଲୋଚନା । SITଙ୍କ ନିର୍ଦ୍ଦେଶ କ୍ରମରେ ଅର୍ଚ୍ଚନାଙ୍କ କଳାଧନ ମାମଲାର ତଦନ୍ତ କରୁଛି ED ।