ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ ୪ ଅଟକ

0
112
ଲକ୍ଷାଧିକ ଟଙ୍କାର ବିଦେଶୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୦/୦୩) : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୋଲିସ ଦ୍ଵାରା ହୋଲି ଉପଲକ୍ଷେ ସ୍ପେସାଲ ଡ୍ରାଇଭ କରି ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରିବା ସହିତ ଚାରି ଜଣଙ୍କୁ ଅଟକ ରଖିଛି ।

ହୋଲି ପାଇଁ ସରକାରୀ ମଦ ଦୋକାନ ବନ୍ଦ ଥିବା ବେଳେ ବିଭିନ୍ନ ଢ଼ାବା ଓ ପାନ ଦୋକାନ ପ୍ରଭୁତିରେ ଖୋଲା ଖୋଲି ମଦ ବିକ୍ରି ଚାଲିଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଜଗାଙ୍ଗପୁର ଏସଡିପିଓ ଆଇଆଇସିକୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ କିଛି ଢ଼ାବା ମାଲିକ ମଦ ବିକ୍ରି କରୁଥିବା ଓ ଗ୍ରାହକ ମଦ ପାଇବା ସମୟରେ ଧରା ପଡ଼ିଥିଲେ । ତେବେ ରାଜଗାଙ୍ଗପୁର ଏସଡିପିଓ କହିଛନ୍ତି ଯେ ହୋଲି ଉପଲକ୍ଷେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ କରାଯାଇଛି ଏବଂ ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖାଯାଇଛି ।