ଗୋଟିଏ ଦିନରେ ଦୁଇ ଜିଲ୍ଲାରେ ୩ ସାଇବର ଠକେଇ

0
124
ଗୋଟିଏ ଦିନରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୪/୦୩) : ଗୋଟିଏ ଦିନରେ ଦୁଇ ଜିଲ୍ଲାରେ ୩ ସାଇବର ଠକେଇ । ସମ୍ବଲପୁରରେ ୨୮ ଲକ୍ଷ ଓ ୭ ଲକ୍ଷ ଟଙ୍କାର ସାଇବର ଠକେଇ ହୋଇଥିବାବେଳେ ଭଦ୍ରକରେ ୬୪ ହଜାର ଟଙ୍କାର ଠକେଇ ହୋଇଥିବା ସୂଚନା ରହିଛି ।

ସମ୍ବଲପୁର ସହର ଟାଉନ ଥାନା ଅନ୍ତର୍ଗତ ମୁଦିପଡାର ଜଣେ ମହିଳା ୨୦ ଲକ୍ଷ ୧୨ ହଜାର ୭୦୦ ଟଙ୍କା ସାଇବର ଠକେଇର ଶିକାର ହୋଇଥିବା ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଗୋଟିଏ ଦିନରେ ଦୁଇ ଜିଲ୍ଲାରେ ୩ ସାଇବର ଠକେଇ । ସେହିପରି ହୀରାକୁଦ ଥାନା ଅନ୍ତର୍ଗତ ଏଫଆରପି ହିଣ୍ତାଲକୋର ଜଣେ ବ୍ୟକ୍ତି ୭ ଲକ୍ଷ ୮୫ ହଜାର ଟଙ୍କାର ସାଇବର ଠକେଇ ହୋଇଛନ୍ତି । ଉଭୟଙ୍କୁ ସମାନ ଢଙ୍ଗରେ ସାଇବର ଠକେଇର ଶିକାର ହୋଇଛନ୍ତି । ଟେଲିଗ୍ରାମରେ ମେସେଜ ଆସିଥିଲା । କ୍ରିପ୍ଟୋ ଇନଭେସଟମେଣ୍ଟରେ ଭଲ ଲାଭ ଥିବା କହି ଟଙ୍କା ବିନିଯୋଗ ପାଇଁ କୁହାଯାଇଥିଲା । ଓ୍ବେବସାଇଟରେ ସବୁ ତଥ୍ୟ ଦେଖି ମହିଳା ଜଣକ ଲୋଭରେ ପଡି ଟଙ୍କା ଡିପୋଜିଟ୍ କରିଥିଲେ । ପରେ ସେହି ଟଙ୍କା ଆଉ ଆସିନଥିଲା ଏବଂ ଓ୍ବେବସାଇଟ ବନ୍ଦ ହୋଇଥିଲା ।

ତେବେ ଟଙ୍କା ଫେରି ନପାଇବାରୁ ଉଭୟେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ସାଇବର ପୋଲିସ ମାମଲା ରୁଜ୍ଜୁ କରି ଛାନଭିନ୍ ଚଳାଇଛି । ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗ୍ରାମର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମର ବିକାଶ ରଞ୍ଜନ ନାୟକଙ୍କ ସରସଧା ଷ୍ଟେଟ ବ୍ୟାଙ୍କ ଠାରେ ସଞ୍ଜୟ ଖାତା ରହିଛି । ଏହା ସହିତ ବିକାଶ ପ୍ରାୟତଃ ଟ୍ରେଡିଂ କାରବାର କରିଥାନ୍ତି । ଗତ ୨୭ ତାରିଖ ଦିନ ମୋବାଇଲରେ ଏକ ମେସେଜ ଆସିଥିଲା ତୁମର ଆକାଉଣ୍ଟ୍ ବ୍ଲକ୍ ହୋଇଯାଇଛି । ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଆଖି ପିଛୁଳାକେ ଖାତାରୁ ୬୪ ହଜାର ୯୦୦ ସହ ୮୬ ଟଙ୍କା କଟିଯାଇଥିଲା । ପୋଲିସି ଅଭିଯୋଗକୁ ଭିତ୍ତି କରି ମାମଲା ରୁଜ୍ଜୁ କରିଥିବାବେଳେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।