ବାଲି ବୋଝେଇ ଛଅ ଟ୍ରାକ୍ଟର ଅଟକ,କାରଣ ଅସ୍ପଷ୍ଟ

0
90
କାରଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୫/୦୩) : ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ତହସିଲଦାର ଲଳିତ ବାଗ ବାଲି ବୋଝେଇ ଥିବା ଛଅ ଗୋଟି ଟ୍ରାକ୍ଟର ସରକାରୀ କାର୍ଯ୍ୟାଳୟ ପରିସର ରେ ଅଟକ ରଖିଥିବା ଜଣା ଯାଇଛି ।

ପ୍ରକାଶ ଯେ ସରକାରୀ ଟେଣ୍ଡର ମୁତାବକ ବାଲି ଘାଟ ରୁ ଆବଶ୍ୟକ ରସିଦ ଥାଇ ସୁଦ୍ଧା ଗତ ମଙ୍ଗଳବାର ଅପରାହ୍ନରେ ଅଚାନକ ପରିଦର୍ଶନ କରି ଉକ୍ତ ଟ୍ରାକ୍ଟର ମାନ ଅଟକ ରଖିଥିବା ଜଣା ଯାଇଛି । ତେବେ କେଉଁ କାରଣରୁ ଅଚାନକ ଚଢାଉ କରି ଏଭଳି ବୋଝେଇ ଟ୍ରାକ୍ଟର ଅଟକ ରଖିଥିବା ନେଇ ବର୍ତ୍ତମାନ୍ ସୁଦ୍ଧା କିଛି ସୂଚନା ପ୍ରଦାନ କରାଯାଇ ନାହିଁ ।