ବନ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପ୍ରୟାସ ଆରମ୍ଭ

0
348
ବନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୩) : ବନ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପ୍ରୟାସ ଆରମ୍ଭ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ଦିନକୁ ଦିନ ମାଙ୍କଡ଼ ଙ୍କ ଦୌରାମ୍ୟ ଅତିଷ୍ଠ ହୋଇ ପଡିଲେଣି ଗ୍ରାମବାସୀ ଦିନରାତି ଗାଁ’ରେ ତାଟିକବାଟ ପକାଇ ଆନ୍ତି ଲୋକମାନେ ଘରୁ ବାହାରି ପାରନ୍ତି ନାହିଁ କି ମନ୍ଦିର ଯାଇ ପାରନ୍ତି ନାହିଁ ।WhatsApp Image 2023 03 15 at 16.54.20 1 ବନ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପ୍ରୟାସ ଆରମ୍ଭ

ଏହି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ସଦର ମହକୁମାରେ ଠାରେ । ବନ ବିଭାଗ ପକ୍ଷରୁ ମାଙ୍କଡ଼ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଏହି ଗ୍ରାମରେ କାଁହି କେତେ ବର୍ଷ ଧରି ମାଙ୍କଡ଼ ଙ୍କ ଦୌରାମ୍ୟ ଗ୍ରାମବାସୀଙ୍କୁ ନାକେଦମ କରିଦେଉଛି । ଲୋକ ସଂଖ୍ୟା ଯେତିକି ବଢୁଛି ତା ଠାରୁ ଅଧିକ ମାଙ୍କଡ଼ଙ୍କ ସଂଖ୍ୟା ବଡିବାରେ ଲାଗିଛି । ମାଙ୍କଡ଼ ମାନେ ବହୁ ଦଲଦଳ ହୋଇ ବୁଲିଥାନ୍ତି । ଦିନରାତ୍ର ଏକକରି ଲୋକଙ୍କୁ ଆକ୍ରମଣ କରିବା ସହ ଘରେ ପଶି ଖାଦ୍ୟ ସାମଗ୍ରୀକୁ ଖାଇବା ଓ ଫିଙ୍ଗାଫିଙ୍ଗି କରି ଦେଇଥାନ୍ତି । ମାଙ୍କଡ଼ ଭୟରେ ଗାଁ’ରେ ତାଟି କବାଟ ଦେଇ ଲୋକ ସବୁବେଳେ ରହିବାକୁ ବାଧ୍ୟ ହେଉଛନ୍ତି ନଚେତ ହାତରେ ବଡ଼ି ଧରି ବସିଥାନ୍ତି।ଏମିତିକି ଛୋଟ ପିଲା ମାନଙ୍କ ଠୁ ଆରମ୍ଭ କରି ବୁଢା ବୁଢ଼ୀ ଯାଏ କାହାରିକୁ ଛାଡ଼ନ୍ତି ନାହିଁ ।

ଦୋକାନରୁ କୌଣସି ମୂଲ୍ୟବାନ ଜିନିଷ କିଣି ଆଣିଲେ ଦେଖିବା ମାତ୍ରେ ଝାମ୍ପି ନେଇ ନଷ୍ଟ କରିଦେଇ ଥାନ୍ତି । ଲୋକଙ୍କୁ କାମୁଡି ଆହତ କରି ଦେଇଥାନ୍ତି । ମାଙ୍କଡ଼ଙ୍କ ଦୌରାମ୍ୟକୁ ଦେଖି ବନ ବିଭାଗ ପକ୍ଷରୁ ରେଞ୍ଜର ଚନ୍ଦନ ଗୋମଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ମାଙ୍କଡ଼ ଧରିବା ପ୍ରୟାସ ଆରମ୍ଭ ହୋଇଛି । ଆଜି ସ୍ଥାନୀୟ ଶିବ ମନ୍ଦିର ନିକଟରେ ଲୋକଙ୍କ ଧନ ଜୀବନକୁ ରକ୍ଷା କରିବା ସହ ମାଙ୍କଡ଼କୁ ନମାରି ଏକ ପିକଫ ଭେନ ଉପରେ ଜନ୍ତା ରଖି ସେଥିରେ କିଛି ଖାଦ୍ୟ ରଖି ମାଙ୍କଡ଼ ଧରିକାକୁ ପ୍ରୟାସ ଆରମ୍ଭ କରି ଥିବାରୁ ଅଞ୍ଚଳରେ ସ୍ଵାଗତଗତ ଯୋଗ୍ୟ ପଦକ୍ଷେପ ବୋଲି ଆଲୋଚନା ହେଉଛି । ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ନମିତା ବିଡିକା, ସହଦେବ ରାଉତ, ଗାର୍ଡ ଅକ୍ଷୟ କୁମାର ମିଶ୍ର, ସୁବାଷ ଚନ୍ଦ୍ର ଶବରଙ୍କ ସହ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ମାଙ୍କଡ଼ ଧରା କାର୍ଯ୍ୟକ୍ରମରେ ଜନ୍ତା ଭିରେ ପଶି ଖାଦ୍ୟ ଖାଇବା ସମୟରେ ୫ଟି ମାଙ୍କଡ଼ କୁ ଧରି କଳାହାଣ୍ଡି ଜିଲ୍ଲା ବିଜେପୁର ନିକଟରେ ଛାଡି ଥିବା ଜଣାପଡିଛି ।