ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ, ୨ ଅଭିଯୁକ୍ତ ଗିରଫ

0
109
ବିଭିନ୍ନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୭/୦୩) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତଥା ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରୁ ଗତ ୫ରୁ ୬ମାସ ଧରି ଚୋରି ହେଉଥିବା ନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇ ଆସୁଥିଲା ।

ଅଭିଯୋଗକୁ ଭିତ୍ତି କରି କଣ୍ଟାବାଞ୍ଜି ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନକୁ ତର୍ଯମା କରି ତଦନ୍ତ ଚଳାଇଥିଲେ । ଏହି ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ, କଣ୍ଟାବାଞ୍ଜି ଅଞ୍ଚଳର ଯୁବକ ମାନେ ହିଁ ଏହି ଚୋରୀରେ ସଂପୃକ୍ତି ରହିଛି । ଏହାକୁ ନେଇ ବାରମ୍ବାର ପୁଲିସ ପକ୍ଷରୁ ଅନେକ ସ୍ଥାନ ରେ ଚଢାଉ ଜାରୀ ରହିଥିଲା ବେଳେ ଦୁଇ ଦିନ ଆଗରୁ ସନ୍ଦେହ ରେ ସିଙ୍ଗଲପଡାରେ ରହୁଥିବା ରାଧେ ବେହେରା ଓ ପିଙ୍କୁ ଚନ୍ଦନ ଙ୍କ ଘର ଉପରେ ଚଢାଉ କରି ଏହି ଦୁଇଜଣଙ୍କୁ କାବୁ କରିଥଲା ।

ପରେ ଏହି ଦୁଇଜଣଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରିବା ପରେ ପୁଲିସ ଜାଣିବକୁ ପାଇଥିଲା ଯେ, ଏହି ଚୋରି ମାନଙ୍କରେ ତାଙ୍କର ହିଁ ସଂପୃକ୍ତି ରହିଛି ଏବଂ ଏମାନଙ୍କୁ ଅଧିକ ଖୋଲତାଡ କରିବା ପରେ ସେମାନଙ୍କ ଘରୁ ଦୁଇଟି ଇନଭେଟରର ବଡ ବ୍ୟାଟେରି, ଗୋଟିଏ ଇନ୍‌ଭେଟର, ଟାଇଲ୍ କଟର ମେସିନ୍‌, ୱେଲଡିଙ୍ଗ୍ ମେସିନ୍‌, ଷ୍ଟିଲ୍ ଅଟାଚକି ମେସିନ୍‌, ଅଟୋ ରେ ବ୍ୟବହୃତ ହେଉଥିବା ୪ଟି ଛୋଟ ବ୍ୟାଟେରି, କିରାନା ଦୋକାନରୁ ଚୋରି ହୋଇଥିବା ଡାଲି, ଚାଉଳ, ଇନ୍‌ଡେକସନ୍ ଚୁଲା, ପିତ୍ତଳ ଗରା ଏବଂ ଏହି ଚୋରୀରେ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ଦୁଇଟି ଅଟୋ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି । ଏହି ଚୋରି ସିଙ୍ଗଳପଡା, କର୍ଲାବାହାଲି, ଆମପଡା ଭଲି ଅନେକ ସ୍ଥାନରେ ଏହି ଦୁଇଜଣ ଅଭିଯୁକ୍ତ ଚୋରି କରିଥିବା ନେଇ ସେମାନଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଲାଇଛି ।