ତେଲ ମିଲ ରେ କଟିଗଲା ନାବାଳକର ହାତ

0
98
ତେଲ ମିଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଳାହାଣ୍ଡି, (୧୮/୦୩) : ଶିଶୁ ଶ୍ରମିକ ଆଇନର ଉଲ୍ଲଘଂନ ହେଉଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡାଠାରେ ଥିବା ଏକ ତେଲ ମିଲ ରେ ଚାଲିଛି ଖୋଲାଖୋଲି ଶିଶୁ ଶ୍ରମିକ ଆଇନର ଉଲ୍ଲଘଂନ ।

ଏହି ତେଲ ମିଲ ରେ ସୂର୍ଯ୍ୟମୁଖୀ ତେଲ ପୋଡାଯାଉଥିବାବେଳେ ମେସିନ ଭିତରେ ହାତ ଲାଗିଯିବାରୁ ବେନଗାଁ ପଞ୍ଚାୟତ ଧଡେଲ୍ ଗାଁ’ର ସୁଶାନ୍ତ ମାଝୀ ନାମକ ଜଣେ ନାବାଳକ ର ହାତ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି । ମାମଲାଟିକୁ ଚପାଇଦେବାକୁ ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ନାବାଳକ କୁ ପ୍ରଥମେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଉଥିବା ସୂଚନା ମିଳିଛି । ୧୫ ବର୍ଷୀୟ ସୁଶାନ୍ତ ଚାରି ମାସରୁ ଅଧିକ ସମୟ ହେଲା ଏହି ମିଲରେ ଶ୍ରମିକ ଭାବେ କାମ କରୁଥିଲା ।