ବେଆଇନ ଭାବେ ୨୦ ଡିସିମିଲରୁ ଉର୍ଦ୍ଧ୍ୱ ଜମିରେ ଅଫିମ ଚାଷ, ୨ ଅଟକ

0
97
ଅଟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୨୦/୦୩) : ଅଫିମ ଚାଷ ଉପରେ ସମ୍ବଲପୁର ଅବକାରୀ ବିଭାଗର ବଡ ଧରଣର ଚଢାଉ ।

ନାକଟିଦେଉଲ ଥାନା ଅନ୍ତର୍ଗତ ଗୋପାଲପୁର ଜଙ୍ଗଳରେ ବେଆଇନ ଭାବେ ୨୦ ଡିସିମିଲରୁ ଉର୍ଦ୍ଧ୍ୱ ଜମିରେ ଅଫିମ ଚାଷ କରାଯାଇଛି । ସମ୍ବଲପୁର ଅବକାରୀ ଖବର ପାଇ ଅଫିମ ଚାଷ ଉପରେ ଚଢାଉ କରି ଗଛକୁ ନଷ୍ଟ କରିଛି । ଘଟଣାରେ ଜଣେ ଯୁବକ ଗିରଫ କରିଥିବା ବେଳେ ୨ ଜଣକୁ ଅଟକ ରଖିଛନ୍ତି । ଏହାସହ ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏ ସବୁର ତଦନ୍ତ କରୁଛି ଅବାକରୀ ବିଭାଗ । ଦିନକୁ ଦିନ ଏପରି ଘଟଣା ସାମ୍ନାକୁ ଆସୁଥିବାବେଳେ ଏହାକୁ ରୋକିବା ଆବଶ୍ୟକ ହୋଇପଡୁଛି ।