ଏସଟିଏଫ ପକ୍ଷରୁ ଅତର୍କିତ ଚଢାଉ, ଦୁଇ ବଜ୍ରକାପ୍ତା ଉଦ୍ଧାର

0
112
ଚଢାଉ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୪/୦୩) : ବଜ୍ରକାପ୍ତା ଉଦ୍ଧାର ହୋଇଛି । ବୌଦ୍ଧ ରେଞ୍ଜ ବାଘଆପଡା ଜାମୁଖୁଁଲ ଜଙ୍ଗଲ ନିକଟରୁ ଦୁଇ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଥିବା ଜଣାପଡିଛି ।

ବଜ୍ରକାପ୍ତା ଚାଲାଣ ପାଇଁ ଡିଲ୍ ବେଳେ ମାଡି ବସିଲା ଏସଟିଏଫ । ଏସଟିଏଫ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ଏସଟିଏଫ ଦୁଇଜଣଙ୍କୁ ଗିରଫ କରିଛି । ଦୁଇଦିନ ପୂର୍ବରୁ ହରିଣ ଛାଲ, ବାଘଛାଲ ଡିଲ୍ ବେଳେ ମାଡିବସିଥିଲା ଏସଟିଏଫ । ଏସଟିଏଫକୁ ଏକ ବଡ ସଫଳତା ମିଳିଥିବାବେଳେ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିଲେ ବି ଏ ନେଇ କୌଣସି ପ୍ରକାରର ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ଏହାର ତଦନ୍ତ କରାଯାଉଛି ।