ଝରକା ଭାଙ୍ଗି ଲୁଟ ପାଇଁ ଉଦ୍ୟମ କରୁଥିବାବେଳେ କାବୁ କଲେ ଗ୍ରାମବାସୀ

0
103
ଝରକା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୨୭/୦୩) : ଝରକା ଭାଙ୍ଗି ଲୁଟ ପାଇଁ ଉଦ୍ୟମ କରୁଥିବାବେଳେ ଦୁର୍ବୃତ୍ତକୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ ।

ଏଭଳି ଘଟଣା ଘଟିଛି ନାଇକାଣିଡ଼ିହି ଥାନା ରାମଚନ୍ଦ୍ରପୁର ଗାଁ’ରେ । ରାମଚନ୍ଦ୍ରପୁର ଗାଁ’ର ଶୁକଦେଵ ଜେନାଙ୍କ ପରିବାର ଘରେ ନଥିଲେ । ଏହାରି ସୁଯୋଗରେ ଲୁଟ କରିବାକୁ ଝରକା ଭାଙ୍ଗି ଘର ଭିତରକୁ ପଶିବା ପାଇଁ ଉଦ୍ୟମ ବେଳେ ମହିଳା ଜଣକ ପାଟି କରି ଗାଁଲୋକଙ୍କୁ ଡାକ ପକାଇଥିଲେ। ଫଳରେ ଗାଁଲୋକ ଦଉଡି ଆସି ଦୁର୍ବୃତ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ । ହେଲେ ଜଣକୁ ଧରିଥିବାବେଳେ ଅନ୍ୟଜଣେ ଖସି ପଳାଇ ଯାଇଥିଲା । ପରେ ଗାଁ ଲୋକେ ପୋଲିସ କୁ ଖବର ଦେଇଥିଲେ । ନାଇକାଣିଡ଼ିହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଯୁବକକୁ ଥାନାକୁ ନେଇ ଘଟଣାର ତଦନ୍ତ ଚଳାଇଛି । ଅଟକ ଥିବା ଯୁବକ ଗୋବିନ୍ଦପୁର ଅଞ୍ଚଳର ଭକ୍ତ ରଞ୍ଜନ ଦାଶ ବୋଲି ଜଣାପଡିଛି ।