ଫୋନ କୁ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ, ପରେ ଅପହରଣ !

0
113
ଫୋନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୨୮/୦୩) : ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ, ପରେ ଅପହରଣ ! ଝାରସୁଗୁଡା ସହର ରୁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ପୋଲିସର ଛାନଭିନ ଜାରି ରହିଛି ।

ଝାରସୁଗୁଡା ସହର ର ସରବାହାଲର ଏକ ଅପାର୍ଟମେଣ୍ଟରୁ ଅପହରଣ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସୁନିତ ଅଗ୍ରୱାଲଙ୍କ ୧୪ ବର୍ଷୀୟ ପୁଅ ସମର୍ଥ ଅଗ୍ରୱାଲ ଗତକାଲି ଅପରାହ୍ନ ରୁ ନିଖୋଜ ଅଛନ୍ତି । ସୁନିତ କହିଛନ୍ତି ପୁଅ ର ଫୋନରୁ ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଫୋନ କଲ ପାଇଥିଲେ ବାପା । ୫୦ ଲକ୍ଷ ଟଙ୍କା ଦାବୀ କଲେ ଦୁର୍ବୃତ୍ତ । ପୁଅ ଅପରାହ୍ନ ୪ ଟାରୁ ଘରୁ ଇଲେକ୍ଟ୍ରିକ ସ୍କୁଟି ଧରି ଘରୁ ବାହାରିଥିଲା । ରାତି ହୋଇଗଲା ପରେ ବି ସେ ଘରକୁ ଫେରିନଥିଲା । ଯାହା ଫଳରେ ସମସ୍ତଙ୍କୁ ପଚରାଉଚରା କରି ଥାନାରେ ଜଣାଇଲୁ । ଏ ଯାଏଁ ନାବାଳକର କୌଣସି ସୂଚନା ମିଳିପାରିନାହିଁ ।