ସମାଜ ନିଶାମୁକ୍ତ ହେବା ଅତ୍ୟନ୍ତ ଜରୁରୀ, ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

0
99
ସମାଜ ନିଶାମୁକ୍ତ

ରିପୋର୍ଟ : ସୁଭାଶିଷ ମହାପାତ୍ର
ଭୁବନେଶ୍ୱର, (୨୮/୦୩) : ସମାଜ ନିଶାମୁକ୍ତ ହେବା ଅତ୍ୟନ୍ତ ଜରୁରୀ, ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ । ଶିକ୍ଷା ପୋଥି ଗତ ନହୋଇ କ୍ରିୟାଶୀଳ ହେବା ଉଚିତ ।WhatsApp Image 2023 03 29 at 07.08.47 ସମାଜ ନିଶାମୁକ୍ତ ହେବା ଅତ୍ୟନ୍ତ ଜରୁରୀ, ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ସମାଜ ନିଶାମୁକ୍ତ ହେବା ଅତ୍ୟନ୍ତ ଜରୁରୀ । ଆମେ ପଢ଼ିବା, ବଢ଼ିବା ଓ ଗଢିବା ସହ ଉତ୍ତମ ସେବା ମନୋବୃତ୍ତିଧାରି ଚାରିତ୍ରବାନ ମଣିଷ ହେବା ବୋଲି ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଭୁବନେଶ୍ୱରସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜୁନିଅର ରେଡକ୍ରସ ତାଲିମ ଶିବିରର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଭାବରେ ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା ପ୍ରାକ୍ତନ ଭୁବନେଶ୍ୱର ମେୟର ତଥା ବର୍ତ୍ତମାନ ଭୁବନେଶ୍ୱର(ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ମତପ୍ରକାଶ କରିଥିଲେ । ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତ୍ୟକ୍ଷ ତତ୍ତ୍ୱବାଧାନ କାର୍ଯ୍ୟକ୍ରମକୁ ଓଡ଼ିଶା ରାଜ୍ୟ ଜୁନିୟର ରେଡ଼କ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଙ୍କ ପରିଚାଳିତ ଶିବିରରେ ଅନ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଗୁରୁ ତଥା ପ୍ରତିଯୋଗିତାର ବିଚାରକ ଏବଂ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ସୁଶୀଲ କୁମାର ପଟ୍ଟନାୟକ ଓ ନୀଳାଚଳ ପଲିଟେକନିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ପାତ୍ର ଉପସ୍ଥିତ ଥିଲେ । ସକାଳୁ ସର୍ବଧର୍ମ ପ୍ରାର୍ଥନା, ଯୋଗାଭ୍ୟାସ, ସଫେଇ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା ।

ସାଧନ କର୍ମି ମୂରଲୀଧର ପରିଡା ରେଡକ୍ରସ୍ ଗୀତବିଷୟରେ, ଜାତୀୟ ସ୍ତର ତାଲିମଦାତା ଡ଼. ସତ୍ୟ ନାରାୟଣ ହୋତା ବିଦ୍ୟାର ସୁରକ୍ଷା ବିଷୟରେ, ଡାକ୍ତର ବିକାଶ ପ୍ରସାଦ ପ୍ରାଥମିକ ଚିକିତ୍ସା ବିଷୟରେ ଡ. ମହମ୍ମଦ ଇର୍ଫାନ ଅଲ୍ଲୀ ନିଶାମୁକ୍ତ ବିଦ୍ୟାର ପରିସର, ବିଷୟରେ ଶିକ୍ଷଣ କାର୍ଯ୍ୟ ସମାପନ କରିଥିଲେ । ଡ଼. ଅଲ୍ଲୀ ରେଡ଼କ୍ରସ ସ୍ୱେଚ୍ଛାସେବୀ ମାନଙ୍କୁ ନିଜକୁ, ନିଜ ପରିବାରକୁ ନିଜ ସମାଜକୁ କିପରି ନିଶାମୁକ୍ତ କରିପାରିବ, ତାହା ଉପରେ ବିଶେଷବିଶେଷ ଭାବରେ ସୂଚନା ଦେବା ସହ ଶପଥ ପାଠ ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା କରାଇଥିଲେ । ଯାହାଦ୍ୱାରା ଏକ ନିଶାମୁକ୍ତ ସମାଜ ଗଠନ କରିପାରିବାରେ ରେଡ଼କ୍ରସ ସହାୟତା ହେଉ । କାର୍ଯ୍ୟକ୍ରମରେ ଉପେନ୍ଦ୍ର ଦାଶ, ରବିଚନ୍ଦ୍ର ପଶାୟତ, ଯଜ୍ଞଶ୍ୱର ପଣ୍ଡା, ସ୍ନିଗ୍ଧା ରାଣୀ ସ୍ୱାଇଁ, ରାମ ନାରାୟଣ ଦାଶ, ତୋଫାନ କୁମାର ରାଉତରାୟ, ସଂଜୀବ ଦାଶ ପ୍ରମୁଖ ସହଯୋଗ କରିଥିଲେ । ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା ।