ଆରିସାକାନି ssd ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
136
ଆରିସାକାନି

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୩୧/୩) : ରାୟଗଡ଼ା ଜିଲ୍ଲା ବିଷମକଟକ ପଞ୍ଚାୟତ ସମିତି ଅନ୍ତର୍ଗତ ଆରିସାକାନି ବାଳିକା ବିଦ୍ୟାଳୟରେ ୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 03 31 at 22.30.59 ଆରିସାକାନି ssd ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆରିସାକାନି ssd ବାଳିକା ବିଦ୍ୟାଳୟରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସଦା ଶିବ ନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ, ବିଷମକଟକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ମତି ଯୋଷଦ ହୁଇକା, ଉପାଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ ଚାଟିକଣା ସରପଞ୍ଚ, କୁର୍ଲି ସରପଞ୍ଚ, ଭାତପୁର ସରପଞ୍ଚ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ବନ୍ଧୁ ଓ କିଛି ପଞ୍ଚାୟତ ର ସମିତି ସଭ୍ୟ, ପ୍ରଶାନ୍ତ ପାତ୍ର, ଗଙ୍ଗରଜୁ ହୁଇକ।, ବିଜେଡ଼ି କର୍ମୀ, ଅଭିଭାବକ, ଗ୍ରାମ ର ସଦସ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପରିଚାଳନା କରିଥିବାବେଳେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ନୃତ୍ୟ ସମସ୍ତ ଦର୍ଶକଙ୍କ ମନୋରଂଜନ ପାଇଁ ଖୋରାକ ଯୋଗାଇଥିଲା ଓ ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲା ।