ପୁଲିସ ପକ୍ଷରୁ ଯାନବାହନ ତଦାରଖ

0
421
ପୁଲିସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୪) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗ୍ରାମର କାଳୀସୁନ୍ଦରୀ ମନ୍ଦିର ନିକଟରେ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଛି ।

ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୁଲିସ ଦୁଇଟି ସ୍ଥାନ କଲ୍ୟାଣସିଂହପୁର ଓ ଶିକରପାଇ ଠାରେ ୩୦ ଟି ଅମାନିଆ ବାଇକ ଆରୋହି ଙ୍କ ଠାରୁ ୩୪ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରି ଚାଲାଣ କଟାଯାଇଥିବା ସୂଚନା ମିଳିଛି । ଅମାନିଆ ବାଇକ ଆରୋହି ବିନା ହେଲମେଟ ରେ ବାଇକ ଇନସରାନ୍ସ ବିନା ଡ୍ରାଇଭିଂ ଲାଇସେନ୍ସ ଓ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବାଇକ ଆରୋହୀ ଙ୍କ ନାମରେ ଚାଲାଣ କାଟିଥିବା ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆଜି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ରାତି ନିୟମିତ ଧରି ଗାଡି ଯାଞ୍ଚ କରାଯିବ । ବର୍ତ୍ତମାନ ଖବର ଲେଖା ସୁଧା ୩୪ ହଜାର ୫ ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ବର୍ତ୍ତମାନ ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ଏସ ଆଇ ଶିବ ପ୍ରସାଦ ସାହୁ, ସଞ୍ଜୟ କୁମାର ମୁର୍ମୁ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହିଛନ୍ତି ।