ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

0
102
ସ୍କୁଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୪) : ଏପ୍ରିଲ ୧୧ ରୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ଏପ୍ରିଲ ୧୧ ରୁ ସକାଳୁଆ ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ।

ସବୁ ସରକାରୀ ଓ ବେସରକାରୀ ସ୍କୁଲରେ ସକାଳୁଆ ପାଠପଢ଼ା । ସକାଳ ୭ ଟାରୁ ପୂର୍ବାହ୍ନ ୧୧ ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା । ଯଦି ଏପ୍ରିଲ ୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଆସେ ତା’ ହେଲେ, ଦ୍ବିତୀୟ ସପ୍ତାହ ବେଳକୁ ତାପମାତ୍ରା ବଢ଼ିଯିବାର ଆଶଙ୍କା ରହୁଛି । ତାପମାତ୍ରା ବଢ଼ିବା ଦ୍ୱାରା ସ୍କୁଲ ପିଲାମାନେ ଦିନ ବେଳା ପାଠପଢ଼ା ହେଲେ ପ୍ରଭାବିତ ହୋଇପାରନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ।