ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ୪୦ଟି ମେଣ୍ଢା ମାରିଦେଲେ ଦୁର୍ବୃତ୍ତ

0
111
ପୂର୍ବ ଶତ୍ରୁତା କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୦୨/୦୪) : ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ୪୦ ଟି ମେଣ୍ଢା ମାରିଦେଲେ ଦୁର୍ବୃତ୍ତ । ରାଜନୈତିକ ହିଂସା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମେଣ୍ଢା ଚାଷୀର ୪୦ଟି ମେଣ୍ଢାକୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମାରିଦେଇଥିବା ଦୁଃଖଦ ଘଟଣା ଦେଖିବାକୁ ମିଳିଛି ।

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗ୍ରାମର ମେଣ୍ଢା ଚାଷୀ ମୋହନ ଦାସ ଦୀର୍ଘ ୧୫ ବର୍ଷ ହେବ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ କିଛି ଦିନ ହେବ ତାଙ୍କୁ ଶାସକ ଦଳର କିଛି କୁଚକ୍ରୀ ଗୋଷ୍ଠୀର ବ୍ୟକ୍ତି ଭୋଜି କରିବା ପାଇଁ ମାଗଣାରେ ମେଣ୍ଢା ମାଗିଥିଲେ । ଯାହାକୁ ନେଇ ଗତ ୩ ମାସ ହେବ ମୋହନଙ୍କୁ ହଇରାଣ ହରକତ କରୁଥିଲେ । ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୃତ୍ତ ମାନେ ଗୁହାଳରେ ପଶି ୪୦ଟି ମେଣ୍ଢାର ବେକ କାଟି ମାରିଦେଇଥିଲେ । ମୋହନ ଜଣେ ଭୂମିହୀନ ବ୍ୟକ୍ତି ହୋଇଥିବା ବେଳେ ନିଜସ୍ୱ ଉଦ୍ୟମରେ ମେଣ୍ଢା ଚାଷ କରି ଆତ୍ମନିର୍ଭରଶିଳ ହୋଇଥିଲେ । ତେବେ ତାଙ୍କ ପରିବାର ଲୋକେ ହତାଶ ହୋଇ ନ୍ୟାୟ ସହାୟତା ଭିକ୍ଷା କରିଛନ୍ତି ।