ରୋଟାରୀ କ୍ଲବ୍ ସଭାପତି ଏବଂ ସମ୍ପାଦକଙ୍କ ପାଇଁ ଆୟୋଜିତ ରାଜ୍ୟ ପ୍ରଶିକ୍ଷଣ ଶିବିର “ବାହୁବଳୀ”

0
72
ରୋଟାରୀ

ରିପୋର୍ଟ : ସୁଭାଶିଷ ମହାପାତ୍ର
ଭୁବନେଶ୍ୱର, (୦୪/୦୪) : ସମାପ୍ତ ହୋଇଯାଇଛି ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଥିବା ରୋଟାରୀ ଇଣ୍ଟରନ୍ୟାସନାଲ ଡିଷ୍ଟ୍ରିକ୍ଟ ୩୨୬୨ର ପ୍ରଶିକ୍ଷଣ ଶିବିର “ବାହୁବଳୀ” (PETs / SETs), ଯେଉଁଥିରେ ୧୨୦ ରୋଟାରୀ କ୍ଲବର ସଭାପତି ଏବଂ ସମ୍ପାଦକଙ୍କୁ ମିଳିଲା ତାଲିମ ।

ପ୍ରଥମ ମହିଳା ରୋଟାରୀଗଭର୍ଣ୍ଣର ଜୟଶ୍ରୀ ମହାନ୍ତି, ରୋଟାରୀବର୍ଷ ୨୩-୨୪ ପାଇଁ ରାଜ୍ୟରେ ଥିବା ୪୫୦୦ ରୋଟାରିୟାନସ୍ ମାନଙ୍କୁ ଉତ୍ସାହିତ କରିଥିଲେ ବିଶ୍ୱରେ ଆଶା ସୃଷ୍ଟି କରିବା ପାଇଁ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଇଣ୍ଡିଆର ଗର୍ବ ତଥା ରୋଟାରୀଆନ୍ତର୍ଜାତୀୟ ସଭାପତି ୨୧-୨୨, ଶ୍ରୀ ଶେଖର ମେହେଟ୍ଟା ଯୋଗଦେଇଥିଲେ । ବାହାରକୁ ଯାଇ ସେବା କରିବାକୁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ । ଅତିଥି ତଥା ସମ୍ମାନିତ ପିଡିଜି ରୋନ୍ ଡେନହମ୍, WASRAGs ର ଚେୟାର୍ ଏମିରିଟସ୍, ଯିଏ କି ଜଳ ଏବଂ ପରିମଳ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ସର୍ବ ବୃହତ ଫେଲୋସିପ୍ ଗ୍ରୁପ୍, ରାଜ୍ୟରେ ନିଆଯାଇଥିବା ଆନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ଦଶ ଜଣ ଅତୀତର ବିଶିଷ୍ଟ ରୋଟାରୀ ସଭାପତିମାନେ କ୍ଲବ ଲିଡରମାନଙ୍କୁ ତାଲିମ ଦେଇଥିଲେ । ଏକ ସ୍ୱତନ୍ତ୍ର କର୍ପୋରେଟ ପ୍ୟାନେଲ, Cil ଅଧ୍ୟକ୍ଷ ଶଶି ଶେଖର ମହାନ୍ତି ଏବଂ ଟାଟା ଷ୍ଟିଲର ଅମ୍ବିକା ପ୍ରସାଦ ନନ୍ଦା, ହେଡ ସିଏସଆର ଓଡିଶା ସହ ସହଯୋଗ ଓ ଅନୁବନ୍ଧନ ସମ୍ଭାବନା ଉପରେ ବିଚାର ବିମର୍ଶ କରିଥିଲେ ।

ଏହି ବର୍ଷ ପାଇଁ ସ୍ଥାୟୀ ସେବା ପ୍ରକଳ୍ପଗୁଡିକ ଡିଷ୍ଟ୍ରିକ୍ଟ ସର୍ଭିସ ପ୍ରକଳ୍ପ ଚେୟାରମ୍ୟାନ, ତନ୍ମୟ ମହାନ୍ତିଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା । ଏହି ତାଲିମ ଶିବିର ଡିଷ୍ଟ୍ରିକ୍ଟ ପ୍ରଶିକ୍ଷକ ଡ. କୁମାର ମହାନ୍ତି, ଡିଷ୍ଟ୍ରିକ୍ଟ ସମ୍ପାଦକ ଅଶୁତୋଷ ରଥ, ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସାହୁଙ୍କ ଦ୍ୱାରା ଏବଂ ଭୁବନେଶ୍ୱର ରାଜଧାନୀର ରୋଟାରୀ କ୍ଲବ ଏବଂ ଭଦ୍ରକର ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା । ରାଜ୍ୟର ଅଗ୍ରଗତି ପାଇଁ ଏକ ବିଶେଷ ଚିହ୍ନ ଭାବରେ, ରୋଟାରିୟାନସ୍ ମାନେ ଉତ୍କଳ ଦିବସ ପାଳନ କରିଥିଲେ । ରାଜ୍ୟ ସଂଗୀତ ଗାନ କରାଯାଇଥିଲା ଏବଂ ଆଦୃତ ଅନାଥ ଆଶ୍ରମର ଅନ୍ତେବାସୀଙ୍କ ଦ୍ୱାରା ଏକ ପ୍ରଦର୍ଶନ ରୋଟାରିୟାନସ୍ ମାନଙ୍କୁ “ନିଜ ଠାରୁ ବଡ ସେବା” ଯାହା ରୋଟାରୀର ଲକ୍ଷ ବୋଲି ମନେ ପକାଇ ଦେଇ ଦେଇଥିଲା ।