ରାଇସ ମିଲର ଏସୋସିଏସନ ପକ୍ଷରୁ ଗଣଧାରଣା : ଦାବି ପତ୍ର ପ୍ରଦାନ 

0
79
ରାଇସ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୦୫/୦୪) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ଏଫ.ସି.ଆଇ. ର ମୁଖ୍ୟ ଗେଟ ରେ କଳାହାଣ୍ଡି ଜିଲ୍ଲା ରାଇସ ମିଲ ର ଏସୋସିଏସନ ପକ୍ଷରୁ ଠିକ ଭାବେ ଚାଉଳ ନ ଉଠାଇ ପାତର ଅନ୍ତର କରୁ ଥିବାରୁ କଳାହାଣ୍ଡି ଜିଲ୍ଲା ମିଳର ଏସୋସିଏସନ ର ସଭାପତି ନଳିନୀ କୁମାର ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଥିବାର ଜଣା ପଡ଼ିଛି ।

ଏଫ.ସି.ଆଇ.ସହିତ ମିଳର ମାନଙ୍କୁ ସଂଯୋଗ କରାଯାଇଛି । ଡିସେମ୍ବର ୨୦୨୨ ମସିହାରୁ ରେକ ଲୋଡିଙ୍ଗ ସମୟରେ ଶ୍ରମିକ ଙ୍କ ସମସ୍ୟା ରହି ଆସୁଅଛି । କଳାହାଣ୍ଡି ଜିଲ୍ଲାର ୧୫ଟି ମିଲର ଙ୍କୁ ମାର୍ଚ୍ଚ ୨୦୨୩ ସୁଦ୍ଧା ୪୩୩ ଲଟ ମଧ୍ୟରୁ ୨୪୮ ଲଟ ଡେଲିଭରି କରାଯାଇଛି । ବାକି ୨୮୫ଲଟ ଚାଉଳ ଆଉ କେବେ ଡେଲିଭରି କରା ଯିବ । କିନ୍ତୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ର ୬ଟି ମିଲର ର ଚାଉଳ କୁ କାହିଁକି କେସିଙ୍ଗା ଏଫ.ସି.ଆଇ .ରେ ଅନଲୋଡ କରା ଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ସବୁ ପାତର ଅନ୍ତର ସମସ୍ୟା କୁ ନେଇ ଏହି ଗଣଧାରଣା ମଙ୍ଗଳବାର ସକାଳୁ ସନ୍ଧ୍ୟା ଯାଏ ଚାଲିଛି । ଡିଭିଜନାଲ ମେନେଜର ଟିଟିଲାଗଡ ଯଦି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ନଚେତ ସବୁ ମିଲରସ ୱେର ହାଉସ କୁ ଚାଉଳ ସ୍ଥାନାନ୍ତରିତ କରିବୁ ବୋଲି ମିଲର ମାନେ ଦାବି କରିଛନ୍ତି । ଏହି ଗଣଧାରଣାରେ ଅଳ ଓଡ଼ିଶା ରାଇସ ମିଲର ଏସୋସିଏସନ ର ରାଜ୍ୟ ସଭାପତି ମହେଶ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ରାଇସ ମିଲରସ ଆସୋସିଏସନ ର ସମ୍ପାଦକ ରମେଶ କୁମାର ଜୈନ, ଉପ ସଭାପତି ଯୁଗଳ କିଶୋର ଅଗ୍ରୱାଲ ପ୍ରମୁଖ ମିଲର ମାନେ ଅଂଶଗ୍ରହଣ କରିଥିଲେ ।

କେସିଙ୍ଗା ଅଞ୍ଚଳ ର ୧୫ ଟି ଓ ଭବାନୀପାଟଣା ସବ ଡିଭିଜନ ର ପ୍ରାୟ ୪୦ଟି ମିଲରସ ଙ୍କ ଠାରୁ ଠିକ ଭାବେ କେସିଙ୍ଗା ଏଫ.ସି.ଆଇ. ଚାଉଳ ଉଠାଉ ନାହିଁ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ର ୬ଟି ମିଲର ଙ୍କ ଠାରୁ ଚାଉଳ ରଖୁଥିବା ପ୍ରତିବାଦରେ ଏହି ଗଣଧାରଣା ଦେଇଛନ୍ତି । ଆସନ୍ତା ଖରିପ ଋତୁରେ ପୁଣି ମିଲର୍ସ ଧାନ କେଉଁଠି ରଖିବେ । ତେଣୁ ତୁରନ୍ତ ମିଲର ଗଚ୍ଛିତ ଥିବ ଚାଉଲ କୁ କେସିଙ୍ଗା ଏଫ.ସି.ଆଇ ଉଠାଇବା ପାଇଁ ଦାବି ହେଉଛି । ଟିଟିଲାଗଡ ସବ ଡିଭିଜନ ମେନେଜର ବି.ଚନ୍ଦ୍ର ମୋହନ ଙ୍କୁ ପଚାରିବାରୁ ଅଳ୍ପ ଦିନ ମଧ୍ୟରେ ସମାଧାନ କରା ଯିବ ବୋଲି ପ୍ରକାଶ କରିଛନ୍ତି ।