ରାହାଗିରି ସମୀକ୍ଷା ବୈଠକ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
129
ରାହାଗିରି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୦୪) : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱାନେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍କଳ ଦିବସ ଓ ରାହାଗିରି କାର୍ଯ୍ୟକ୍ରମ ର ଏକ ସମୀକ୍ଷା ବୈଠକ ହୋଇଥିଲା ।WhatsApp Image 2023 04 06 at 06.32.07 ରାହାଗିରି ସମୀକ୍ଷା ବୈଠକ ରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଏହି ବୈଠକ ରେ ପ୍ରଥମେ ରାଜ୍ୟ ସ୍ତରୀୟ ପୁଲିସ ପ୍ରତିଷ୍ଠା ଦିବସ ରେ ଡିଜିପି ଡ଼ିସ୍କ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ଙ୍କୁ ଜିଲ୍ଲା ପ୍ରଶାସନ ଓ ଉପସ୍ଥିତ ସହର ର ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଇ ସଫଳତା ର ଶ୍ରେୟ ଆପଣ ମାନଙ୍କ ର ସମଗ୍ର ଜ଼ିଲ୍ଲାବାସୀ ଙ୍କ ର ବୋଲି ଏସପି ଶ୍ରୀ ପଣ୍ଡା ସଭାରେ ବକ୍ତବ୍ୟ ରଖିଥିବା ବେଳେ ସଡ଼କ ସୁରକ୍ଷା ଉପରେ ସମସ୍ତ ଙ୍କୁ ସଚେତନ କରି ଦୁର୍ଘଟଣା ମୁକ୍ତ ଜ଼ିଲ୍ଲା ଗଢ଼ିବାକୁ ଓ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ରେ ପୂର୍ବ ରୁ ରେକର୍ଡ ଥିବା ସୁବର୍ଣ୍ଣପୁର ଜିଲ୍ଲା ର ଏହି ରେକର୍ଡ କୁ ବଜାୟ ରଖିବା ପାଇଁ ଶ୍ରୀ ପଣ୍ଡା ସମସ୍ତ ଙ୍କୁ ନିବେଦନ କରିଥିଲେ । ସେହିପରି ପୋଲିସ କଲୋନୀ ଠାରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମ୍ବଲପୁର ଆରଡିସି ସୁରେଶ ଚନ୍ଦ୍ର ଦଳାଇ ମଧ୍ୟ ଏସପି ଶ୍ରୀ ପଣ୍ଡା ଙ୍କୁ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ । ରାହାଗିରି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସ୍ୱଚ୍ଛ ଭାରତ, ଯୋଗଳୟ, ସୋନପୁର କଲେଜ ଏନସିସି, ସମେତ ସହର ର ସମସ୍ତ ସ୍ଵେଚ୍ଛାସେବୀ ଅନୁଷ୍ଠାନ କୁ ଜିଲ୍ଲାପାଳ ନର୍ଭଣେ ଧନ୍ୟବାଦ ଅର୍ପଣ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏବଂ ଏ ଉତ୍ସବ ଆପଣ ମାନଙ୍କର ବୋଲି ମତ ରଖି ଆଗାମୀ ଦିନରେ ଏହାକୁ ଆହୁରି ଭଲ ଭାବେ ଆୟୋଜନ କରିବାକୁ ସହଯୋଗ କାମନା କରିଥିଲେ । ଶେଷ ରେ ସମସ୍ତ ଅନୁଷ୍ଠାନ ର କର୍ମକର୍ତ୍ତା ନିଜ ନିଜ ର ଅନୁଭୂତି ବାଣ୍ଟି ଜିଲ୍ଲାପାଳ ଓ ଏସପି ଙ୍କ ଏହି ଅଭିନଵ ଉଦ୍ୟମ କୁ ପ୍ରଶଂସା କରିଥିଲେ ।