ମଦ ଓ ବାଇକ ଜବତ, ଜଣେ ଗିରଫ

0
90
ମଦ ଓ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ଛକ ନିକଟରେ ଅବକାରୀ ବିଭାଗ ଚଢାଉ କରି ମଦ ଓ ବାଇକ ଜବତ କରିବା ସହ ଜଣକୁ ଗିରଫ କରିଛି ।

ଗିରଫ ଯୁବକ ଜଣକ ହେଲେ ବହଳପଦର ଗ୍ରାମର ଅକ୍ରୃର ଭୋଇ । ଉକ୍ତ ଯୁବକ ଜଣକ ବେଆଇନ ମଦ ପ୍ରସ୍ତୁତି କରି ଦୁର୍ଜନତୈଲା ଅଞ୍ଚଳକୁ (ଓଡି ୩୧ଏଚ ୭୬୫୭) ବାଇକ ଯୋଗେ ବିକ୍ରି ପାଇଁ ନେଉଥିଲା ।‌ କୈାଣସି ସୁତ୍ରରୁ ଖବର ପାଇ ଅବକାରୀ ଏସ ଆଇ ସୁମିତ୍ରା ହେମ୍ବ୍ରମ ଙ୍କ ନେତୃତ୍ବରେ ଏଏସ ଆଇ ଚିତ୍ତରଞ୍ଜନ ଦାସ, କନେଷ୍ଟବଳ ଗୋପାଳ ଝାଙ୍କର, ସୀତାରାମ ପଧାନ ଉକ୍ତ ଛକ ନିକଟରେ ଚଢ଼ାଉ କରିଥିଲେ । ବାଇକରେ ଯାଉଥିବା ଅକ୍ରୃରଙ୍କୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ ଯୁବକଙ୍କ ଠାରୁ ବେଆଇନ ଦେଶୀ ରନ୍ଧା ମଦ ପାଇଥିଲେ । ବିଭାଗୀୟ କର୍ମଚାରୀ ମଦ ଓ ବାଇକ ଜବତ କରିବା ସହିତ ଅକ୍ରୃରଙ୍କୁ ଗିରଫ କରିଥିଲେ ।‌ ଏ ନେଇ ଅବକାରୀ ବିଭାଗ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।