ଭୂଲ ଇଞ୍ଜେକସନ ଯୋଗୁ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ

0
109
ଯୋଗୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୯/୦୪) : ଖୋର୍ଦ୍ଧା ବାଣପୁର ମେଡିକାଲରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ତ୍ରୁଟି । ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ ।

ମୃତକ ଜଣକ ଖୋର୍ଦ୍ଧା ବାଣପୁର ଥାନାର ଗ୍ରାମରକ୍ଷୀ ପାଣ୍ଡବ ନାୟକ । ନିଜ ହାତରେ ଲାଗିଥିବା ଆଘାତ ପାଇଁ ପାଣ୍ଡବ ଚିକିତ୍ସା କରିବାକୁ ଆଜି ସକାଳେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପାଣ୍ଡବଙ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ଏକ ଇଞ୍ଜେକସନ ଦିଆଯାଇଥିଲା । ପରେ ଅସ୍ୱାଭାବିକ ଭାବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପାଣ୍ଡବଙ୍କ ପତ୍ନୀ ଡାକ୍ତର ଓ ନର୍ସଙ୍କ ନାଁରେ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।