କାଜୁ ତୋଳାକୁ ନେଇ ୧୪୪ ଧାରା ଲାଗୁ : ଆରମଡା ଡାଙ୍ଗୁ ରେ ପୋଲିସ, ଓ ମାଜିଷ୍ଟ୍ରେଟ

0
108
କାଜୁ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୦/୦୪) : ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖଣ୍ଡାବା ଓ ଅଲଡା ପଞ୍ଚାୟତ ର ଆରମଡା ଗ୍ରାମ ରେ ଥିବା ପ୍ୟରିଟି ଗୁଡା ଓ ଖଣ୍ଡାବା ଗ୍ରାମ ର ଜିଛି ସବର୍ଣ୍ଣ ଚାଷୀ ଙ୍କ କାଜୁ ତୋଟା ଆରମଡା ଗ୍ରାମ ରେ ରହିଛି ପ୍ରାୟ ୧୦୦ ରୂ ଉର୍ଦ୍ଧ ଏକର ରେ କେଉଁ ପିତୃ ପୁରୁଷ ଅମଳ ରୂ ରହି ଆସିଛି ।

ଗତ କିଛି ବର୍ଷ ହେବ ଆରମଡା ର ଆଦିବାସୀ ମାନେ ଏହି ତୋଟା କୁ ଦାଖଲ କରିବା ପଟେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତ୍ୟେକ ବର୍ଷ ଏହି କାଜୁ ସିଜନ ଆସିଲେ ଏହି ଭଳି ହୁଏ । ଏ ସମ୍ପର୍କ ରେ ଛାଡି ମାନେ ଥାନାର ଦ୍ୱାରସ୍ତ ହୋଇଛନ୍ତି । ପୋଲିସ ଓ ପ୍ରଶାସନ ପାଇଁ ଏହି ସମସ୍ୟା ସବୁ ବେଳେ ମୁଣ୍ଡ ବ୍ୟଥାର କରଣ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସେହି ଏକା ପରିସ୍ଥିତି । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତି ରେ ୧୪୪ ଧାରା ଲଗାଯାଇ କାଜୁ ତୋଳି ଆର ଏମ ସି କୁ ପ୍ରଶାସନ ବିକ୍ରୀ କରୁଛି, ଏହି ଟଙ୍କା ସରକାରୀ ତାହାବିଲ ରେ ରହିବ ବୋଲି ଜଣାଯାଇଛି । ହେଲେ ଚାଷୀ ଯେଉଁ ମାନେ ଏହା ଉପରେ ନିର୍ଭର କରି ନିଜ ପେଟ ପାଟଣା ବୁଝୁଛନ୍ତି ସେମାନେ ଏହା ଦ୍ୱାରା କି ଫଳ ପାଇବେ ବୋଲି ଚାଷୀ ପଦଲା ଶ୍ରୀନୁ, ଗଙ୍ଗଡ଼ା ଚିନା, ଏମାନେ ପ୍ରଶ୍ନ କରିଛନ୍ତି । ଏଣୁ ଏହି ସମସ୍ୟା ର ସ୍ଥାୟୀ ସମାଧାନ ହେବା ଆବଶ୍ୟକ ।