କେଉଟସାହି ଛକ ଡ୍ରେନ କ୍ରସ ରାସ୍ତା ଡ୍ରେନ ମରାମତି ର ନାଁ ନେଉନାହାଁନ୍ତି ପ୍ରଶାସନ

0
148
କେଉଟସାହି

ରିପୋର୍ଟ : ଜଗଦୀଶ ଦାଶ
ଟିକାବାଲି, (୧୦/୦୪) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ୧୧ ଗୋଟି ପଞ୍ଚାୟତର ହେଡକ୍ୱାଟର ହେବା ହେତୁ ସକାଳ ପାଇବା ମାତ୍ରକେ ଶହ ଶହ ଲୋକ ନିଜ ନିଜ କାମ ନେଇ ବଜାରକୁ ଆସିଥାନ୍ତି । କେବେ ମରାମତି ହେବ କେଉଟସାହି ଛକ ଡ୍ରେନ କ୍ରସ ରାସ୍ତା ।WhatsApp Image 2023 04 10 at 12.09.34 କେଉଟସାହି ଛକ ଡ୍ରେନ କ୍ରସ ରାସ୍ତା ଡ୍ରେନ ମରାମତି ର ନାଁ ନେଉନାହାଁନ୍ତି ପ୍ରଶାସନ

ଆଉ ଶୀଘ୍ର କାମସାରି ଘରକୁ ଫେରିବାକୁ ଚାହିଁଥାନ୍ତି । କିନ୍ତୁ ବେଳେ ବେଳେ ଏ କେଉଟସାହି ବୁଲାଣି ଡ୍ରେନ ରାସ୍ତା ଏ ପରି ପରିସ୍ଥିତି ସୃଷ୍ଟିକରୁଛି ଯେ ‘ପରିସ୍ଥିତି ଅସମ୍ଭାଳ କରିଦେଉଛି । ବୁଲାଣି ଅଣ ସମ୍ପ୍ରସାରଣ ସହିତ କଦର୍ଯ୍ୟ ପାଣି ନିର୍ଗତ ସନସନ୍ତିଆ ଡ୍ରେନ ରାସ୍ତା । ପୁଣି କେଉଟସାହି ର ଦ୍ୱାର ମୁହଁ ରାସ୍ତା । ଏହି ଡ୍ରେନ ସନ୍ତସନ୍ତିଆ ରାସ୍ତା ପାଇଁ ଅନେକ ଥର ଜନ ସାଧାରଣ ବିପଦାତ୍ମକ ସମସ୍ୟାର ସମହୁଖୀନ ହେଇସାରିଛନ୍ତି । ତଥାପି ବି ଏ ଡ୍ରେନ ମରାମତି ର ନା ନେଉନାହାନ୍ତି ପ୍ରଶାସନ ଅଧିକାରୀ । ପୁଣି ଏ ରାସ୍ତା ଦେଇ ଅନେକ ନେତା, ମନ୍ତ୍ରୀ, ଲିଡର, ଜନ ପ୍ରତିନିଧି ଯିବା ଆସିବା କରିଥାନ୍ତି ‘କିନ୍ତୁ ସ୍ୱର ଉଠାଇନାହାନ୍ତି ଡ୍ରେନ ମରାମତି ନେଇ । ଏଣୁ ସାମ୍ବାଦିକ ବନ୍ଧୁଗଣ ନିଜ ନିଜ ପେପର ରେ ନ୍ୟୁଜ ବାହାର କରି ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଫଳ ଶୂନ ହୋଇଛି । ଏହି ଅଭାବନୀୟ ପରିସ୍ଥିତି ର ସମାଧାନ ପାଇଁ ଆସନ୍ତା ୧୨/୪/୨୦୨୩ ରିଖରେ ଉକ୍ତ ଡ୍ରେନ ରାସ୍ତାରେ ଗଣ ଆନ୍ଦୋଳନ ର ଗର୍ଜନ ଉଠିବା ନେଇ କଳାକାର ସଂଘ ଓ ନାରୀସୁରକ୍ଷା ମହିଳା ମହା ସଂଘ ପକ୍ଷରୁ ସୂଚନା ମିଳିଛି ।