ଦେଉଲମୁଣ୍ଡା ରେ ଚାରି ଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ

0
74
ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୧/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଲମୁଣ୍ଡା ଗ୍ରାମରେ ଚାରି ଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ପିତାମହୁଲ ସ୍ଵପ୍ନେଶ୍ଵର ବାବା, ବାଉଁଶୁଣି ଭୁବନେଶ୍ୱର ବାବା, ଜୁରାମୁଣ୍ଡା ସିଦ୍ଧେଶ୍ୱର ବାବା ଓ ଲୁହାଖଣ୍ଡି ରାମେଶ୍ୱର ବାବା ଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହେଉଥିଲା । ଏହି ଅବସରରେ ଚାରି ଶମ୍ଭୁ ଙ୍କ ଏକତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପାଣି ଦଣ୍ଡ, ଧୂଳି ଦଣ୍ଡ ସାଙ୍ଗକୁ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ପରିବେଶିତ ହୋଇଥିଲା । ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ମୁଖ୍ୟ ଛକ ଦେଇ ଶୋଭାଯାତ୍ରା ସହକାରେ ଦେଉଲମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ଚାରି ଶମ୍ଭୁଙ୍କ ଶୋଭାଯାତ୍ରା ହୋଇଥିଲା । ଏହା ଦେଖିବାକୁ ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଲୋକଙ୍କ ସମାଗମ ହୋଇଥିଲା ।