ପୋଷଣ ପକ୍ଷ ଉଦଯାପନୀ ସମାରୋହ

0
88
ପୋଷଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୧୦/୦୪) : ମାର୍ଚ୍ଚ ୨୦ ଠାରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ ଅନୁଷ୍ଠିତ କରାଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଛି ।WhatsApp Image 2023 04 12 at 06.51.00 ପୋଷଣ ପକ୍ଷ ଉଦଯାପନୀ ସମାରୋହ

ଏହି ପରିପେକ୍ଷୀ ଆଜି ଜିଲ୍ଲାରେ ପୋଷଣ ପକ୍ଷ ପାଳନର ଉଦଯାପନୀ ସମାରୋହ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦାନ କରି ପୋଷକ ତତ୍ୱ ପୂର୍ଣ୍ଣ ଖାଦ୍ୟ ଶ୍ରୀଅର୍ଣ୍ଣ ମାଣ୍ଡିଆ କୁ ନବାର୍ଣ୍ଣ ଭକ୍ଷଣ ରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ, ଭାରପ୍ରାପ୍ତ ଉପ ଜିଲ୍ଲାପାଳ ସୋନପୁର ଖଦାଲ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ମିଶନ ଶକ୍ତି ଫ୍ରାନସିସ ବାର୍ଲା, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଯୋଗଦେଇ ଦେଇଥିଲେ । ଶ୍ରୀଅର୍ଣ୍ଣ ମାଣ୍ଡିଆ ରେ ପ୍ରସ୍ତୁତ ଖାଦ୍ୟ ଶିଶୁ ଏବଂ ଗର୍ଭବତୀ ମା ମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ବିଶେଷ ସହାୟକ ହେଉଥିବା ଅତିଥି ବୃନ୍ଦ ମତବ୍ୟକ୍ତ କରିଥିବାବେଳେ ଶ୍ରୀଅର୍ଣ୍ଣ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟକୁ ଜିଲ୍ଲା ର ପ୍ରତ୍ୟକ ସ୍ତରରେ ବ୍ୟବହାର କରିବାପାଇଁ ଅନୁରୋଧ କରି ମାଣ୍ଡିଆ ଚାଷ କୁ ଜ଼ିଲ୍ଲା ରେ ଯେପରି ଆଗକୁ ନିଆଯାଇ ପାରିବ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ ।WhatsApp Image 2023 04 12 at 06.51.01 ପୋଷଣ ପକ୍ଷ ଉଦଯାପନୀ ସମାରୋହ

ଏହି ଅବସରରେ ପୋଷକ ତତ୍ଵ ସମିଳିତ milet (ମାଣ୍ଡିଆ) ଜାତୀୟ ପଦାର୍ଥ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନପ୍ରକାର ଖାଦ୍ୟ ପସରାର ପ୍ରଦର୍ଶନୀ ଜିଲ୍ଲାର ୬ ଟି ବ୍ଲକ ର ଶିଶୁବିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ, ସହକର୍ମୀ ତଥା ମାଁ ଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି ଚାଷ ପ୍ରତି ଅଧିକରୁ ଅଧିକ ଚାଷୀ ଯେପରି ଏହି ଚାଷ ପ୍ରତି ଆଗ୍ରହ ରଖିବେ ସେଥିପାଇଁ ଗ୍ରାମାଞ୍ଚଳ ରେ ଥିବା କୃଷି ଆଧିକାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଜନସାଧାରଣ ଙ୍କୁ ସଚେତନତା କରାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଅତିଥି ଶ୍ରୀ ଦାଶ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାର୍ଯକ୍ରମରେ ନିବେଦିତା ସରାଫ ସିଡ଼ିପିଓ ସୋନପୁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ ପୋଷଣପକ୍ଷ ପାଳନ ରେ ଅନୁଷ୍ଠିତ ବିଭିନ୍ନ ସ୍ତରରେ କରାଯାଇଥିବା କାର୍ଯ୍ୟକ୍ରମ ର ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଉପସ୍ଥାପନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ପୋଷଣ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଂଜୀବ କୁମାର ମିଶ୍ର, ପୋଷଣ ଜିଲ୍ଲା ମୋହନ କୁମାର ମେହେର, ସମସ୍ତ ସି ଡି ପି ଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ପକ୍ଷ ପାଳନ ପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ପ୍ରଥମସ୍ଥାନ -ବର୍ଷା ସାହୁ, ସାଗରପାଲି ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅନ୍ୟାଶା ଦିକ୍ଷୀତ, ଏସ ଏସ ଭି ଏମ , ସୋନପୁର ଓ ତୃତୀୟସ୍ଥାନ ରେ ସିମରନ ଶୁଭ୍ର ପୂଝାରି ଓ ସୁସ୍ଥ ସବଳ ଓ ସମ୍ପୂର୍ଣ ଟୀକା ନେଇଥିବା ଶିଶୁ ବିନିକା – ଅପର୍ଣ୍ଣା ରାଣୀ ପାଣ୍ଡେ, ବୀରମହାରାଜପୁର – ପ୍ରଭାସ ମେହେର, ଡୁଙ୍ଗୁରିପାଲି – ଆମୟରା ଆଶିଷ ବିଶି, ସୋନପୁର – ସ୍ୱାସ୍ତିକ କୁମାର ଦାସ, ଉଲୁଣ୍ଡା – ଆୟାଂଶ ରଣା, ତରଭା – ଅର୍ପିତା ସେଠୀ ଙ୍କୁ ପୁରସ୍କୃତ କରାଯାଇଥିଲା ।