ଆଇପିଏଲ ବ୍ୟାଟିଂ ରାକେଟକୁ ଧରଲା ପୋଲିସ

0
140
ଆଇପିଏଲ ବ୍ୟାଟିଂ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡା, (୧୪/୦୪) : ଆନ୍ତଃରାଜ୍ୟ ଆଇପିଏଲ ବ୍ୟାଟିଂ ରାକେଟକୁ ଧରିଲା ପୋଲିସ । ଚାଲିଥିଲା ଆଇପିଏଲବ୍ୟାଟିଂ ।

ସେହି ସମୟରେ କାବୁକଲା ଯୋଙ୍କ ପୋଲିସ । ନୂଆପଡ଼ା ଜିଲ୍ଲା ଯୋଙ୍କ ଥାନା ପୋଲିସ ଦ୍ୱାରା ଅନ୍ତରାଜ୍ୟ ଆଇପିଏଲ ବ୍ୟାଟିଂ ଯୁଆଡି ଗ୍ୟାଙ୍ଗକୁ ଧରିଛି ପୋଲିସ । ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖରୀଆର ରୋଡ ସହରର ରାମ ମନ୍ଦିର ଠାରେ ଏକ ଗ୍ୟଙ୍କର ପାଞ୍ଚ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏମାନେ ହେଲେ ପଡୋଶୀ ଛତିଶଗଡ ରାଜ୍ୟର ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ୨୧ ଗୋଟି ମୋବାଇଲ, ଚାରିଗୋଟି ଲାପଟପ, ପାଞ୍ଚ ଟା ବ୍ୟାଙ୍କ ପାସବହି, ପନ୍ଦର ଗୋଟି ଏଟିଏମ୍ ଜବତ କରିଛି ପୋଲିସ । ଆଜି ନୂଆପଡ଼ା ଆରକ୍ଷୀ ଅଧିକ୍ଷକ ଆର ରାଘବେନ୍ଦ୍ର ଗୁଣ୍ଡାଲା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।