ଆଇପିଏଲ ମ୍ୟାଚ ଦେଖୁଥିବା ସମୟରେ କାମୁଡିଲା ସାପ

0
137
ଆଇପିଏଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୩/୦୪) : ଗତକାଲି ରାତିରେ ଘଟିଥିଲା ଅଘଟଣ । ଆଇପିଏଲ ମ୍ୟାଚ ଦେଖୁଥିବା ସମୟରେ କାମୁଡିଲା ସାପ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଘଟଣା ।

ଦେଖିବାକୁ ମିଳିଥିଲା ଜଣେ ଯୁବକ ଏକ ସାପକୁ ଅଖା ମଧ୍ୟରେ ପୁରାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କିଛି ସାଙ୍ଗ ଏକ ପଢିଆରେ ବସି ଆଇପିଏଲ ମ୍ୟାଚ ଦେଖୁଥିବା ସମୟରେ କାମୁଡ଼ିଲା ସାପ । ଘଟଣାଟି ଘଟିଛି ଦଶରଥପୁର ହସାନପୁର ଗ୍ରାମରେ । ସେହି ଗ୍ରାମର ଶ୍ରୀମନ୍ତ ମଲିକଙ୍କ ହାତକୁ ଏକ ସାପ କାମୁଡି ଦେଇଥିଲା । ତେବେ ଶ୍ରୀମନ୍ତଙ୍କୁ ପାଖରେ ଥିବା ସାଙ୍ଗ ମାନେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିଛାଳୟକୁ ଡାକ୍ତରଙ୍କ ପାଖକୁ ନେଇକି ଆସିଥିଲେ । ହେଲେ ସାଙ୍ଗରେ କାମୁଡିଥିବା ସାପକୁ ମଧ୍ୟ ଏକ ଅଖା ମଧ୍ୟରେ ପୁରାଇ ଆଣିଥିଲେ । ତେବେ ପରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଆସି ସାପ ଟିକୁ ଉଦ୍ଧାର କରିଥିଲେ ।