ୟୂ.ଜି.ସି. ନେଟରେ ପ୍ରାଥମିକ ଶିକ୍ଷକଙ୍କ ସଫଳତା,, ଚାରିଆଡ଼ୁ ପ୍ରଶଂସାର ସୁଅ

0
144
ୟୂ.ଜି.ସି.

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୫/୦୪) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧିନ କୁଲୁତାଯୋର ପଞ୍ଚାୟତ ବରପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ଯଜ୍ଞ ରାଜ ଧରୁଆ ଡିସେମ୍ବର-୨୦୨୨ ୟୂ.ଜି.ସି. ନେଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସହକାରୀ ପ୍ରଫେସର ପଦବୀ ନିମନ୍ତେ ଯୋଗ୍ୟତା ହାସଲ କରି ବୌଦ୍ଧ ଜିଲ୍ଲା ପାଇଁ ଗୌରବ ଅର୍ଜ୍ଜନ କରିଛନ୍ତିି ।

ଶ୍ରୀଧରୁଆ ଦୁଇଥର ଉକ୍ତ ପରୀକ୍ଷାରେ ଅସଫଳତା ହେବାପରେ ତୃତୀୟ ପ୍ରୟାସରେ ସଫଳତାର ସହିତ କୃତିତ୍ଵ ଅର୍ଜ୍ଜନ କରିଛନ୍ତି । ୟୂ.ଜି.ସି. ନେଟ ପରୀକ୍ଷାରେ ସୋସିଓଲୋଜି ବିଭାଗରେ ଏସଟି ବର୍ଗର ୧୯ହଜାର ୭ଶହ ୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୮୪ ଜଣ ପରୀକ୍ଷାରେ ସଫଳତା ପାଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶ୍ରୀଧରୁଆ ଜଣେ । ସୋସିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ଶ୍ରୀଧରୁଆ ପୂର୍ବରୁ ଓଟିଇଟି-୧, ଓଟିଇଟି- ୨ ଏବଂ ସିବିଏସ୍‌ଇ ଦ୍ୱାରା ପରିଚାଳିତ କେନ୍ଦ୍ରିୟ ଶିକ୍ଷକ ଯୋଗ୍ୟତା ସିଟିଇଟି ପରୀକ୍ଷାରେ ୨ଥର ଉତ୍ତୀର୍ଣ୍ଣ ହୋଇଛନ୍ତି । କଠିନ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ ରଖୁଥିବା ଶ୍ରୀଧରୁଆ ଭବିଷ୍ୟତରେ ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟପାଇଁ ପ୍ରୟାସ କରିବା ନେଇ ଆଶା ରଖିଛନ୍ତି ।

ଗତକାଲି ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଓ ଶ୍ରୀଧରୁଆ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଖବର ପ୍ରଚାରିତ ହେବାପରେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀମହୀଧର ରଣା ଶ୍ରୀଧରୁଆଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଜିଲ୍ଲାର ଜଣେ ଆଦିବାସୀ ଶିକ୍ଷକ ଭାବରେ ଉକ୍ତ ଡିଗ୍ରୀ ହାସଲ କରିବା ପ୍ରଥମ ବ୍ୟକ୍ତି ଅଟନ୍ତି । ସେହିପରି ଘଣ୍ଟାପଡ଼ା ପଞ୍ଚାୟତ ସ୍ଥିତ ରେକଡୋଲ ଗ୍ରାମର ଶିକ୍ଷାବିତ୍ ଶ୍ରୀଚିତ୍ତରଂଜନ ପାତ୍ର ମଧ୍ୟ ଅନୁରୂପ ଭାବେ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଅଞ୍ଚଳର ବହୁ ଶିକ୍ଷାବିତ୍ର ଶ୍ରୀଧରୁଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।