୪୦୦ କେଜି ଚୋରା ଚାଲାଣ ଗଞ୍ଜେଇ ଜବତ

0
84
୪୦୦

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୪) : ଗତ କାଲି କାଶୀନଗର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚୋରା ଗଞ୍ଜେଇ ବେପାରୀ ଧରା ପଡ଼ିଥିବା ସୂଚନା ମିଳିଛି । ଗାଡି ରୁ ୪୦୦ କେଜି ଗଞ୍ଜେଇ ଜବତ କରାଯାଇଛି । 

କାଶୀନଗର ପୋଲିସ କୌଣସି ସୂତ୍ର ରୂ ଖବର ପାଇ ଆରମଡା ଓ ଖଣ୍ଡାବା ରାସ୍ତାରେ ଏକ ଗାଡି OD18A 5929 ମହିନ୍ଦ୍ରା ମାଙ୍କସୀମାମ ଗାଡି ରେ ଚୋରା ଗଂଜେଇ ଚାଲାଣ ହେଉଥିବା ବେଳେ ପୋଲିସ ହାତ ରେ ଧରା ପଡ଼ିଛି । ଏହି ଗଞ୍ଜେଇ ପ୍ରାୟ ୪୦୦ କେଜି ହେବ ଓ ଆନୁମାନିକ ମୂଲ୍ୟ ୪୦ ଲକ୍ଷ ହେବ ବୋଲି ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ଏହି ଗଞ୍ଜେଇ ର map ବେଳେ ମସଜିଷ୍ଟ୍ରେଟ ଭାବେ କାଶୀନଗର ତହସିଲଦାର ରହିଥିଲେ । ଗାଡି ଓ ଗଞ୍ଜେଇ ଗଛିତ ବ୍ୟାଗ ଗୁଡିକ ଜବତ ହେବା ସହ ଗାଡି ମଧ୍ୟ ଜବତ ହୋଇଛି । ପୂର୍ବରୁ ଏହି ଅଞ୍ଚଳରେ ଗଞ୍ଜେଇ କାରବାର ହେଉ ନ ଥିବା ବେଳେ ଏବେ ଏବେ ଏହା ବୃଦ୍ଧି ପାଉଛି ।