୫୦ ବର୍ଷ ଯାଏଁ ଭିଟାମାଟି କୁ ନ ଫେରି ଗୁରୁ ସିଂ ଅଫେରା ରାଇଜ କୁ ଫେରିଗଲେ

0
80
୫୦

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୦୪) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଜି ନିର୍ମାଣ କାରିଗର ତଥା ସମାଜସେବୀ ଗୁରୁ ସିଂଙ୍କ ବିୟୋଗରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି । ଆଜକୁ ୫୦ ବର୍ଷ ହେଲା ଗୁରୁ ସିଂ ମୁଖ୍ୟ ଚିକିତ୍ସାଳୟରେ ଏକାକୀ ରହି ଆସୁଥିଲେ ।WhatsApp Image 2023 04 15 at 20.00.31 ୫୦ ବର୍ଷ ଯାଏଁ ଭିଟାମାଟି କୁ ନ ଫେରି ଗୁରୁ ସିଂ ଅଫେରା ରାଇଜ କୁ ଫେରିଗଲେ

ଡାକ୍ତର ନରେନ୍ଦ୍ର କୁମାର ମେହେରଙ୍କ ପୌରହିତ୍ୟରେ ଆକସ୍ମିକ ବର୍ହି ବିଭାଗରେ ଆୟୋଜିତ ଏହି ସଭାରେ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ,ଷ୍ଟାଫ ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀମାନେ ସାମିଲ ହୋଇ ଦିବଂଗତ ଗୁରୁ ସିଂଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ଆଜକୁ ୫୦ ବର୍ଷ ହେଲା ଗୁରୁ ସିଂ ମୁଖ୍ୟ ଚିକିତ୍ସାଳୟରେ ଏକାକୀ ରହି ଆସୁଥିଲେ ।ଗୁରୁ ସିଂ ପ୍ରାୟ ୫୦ ବର୍ଷ ତଳେ ଯୁବକ ଅବସ୍ଥାରେ ମଧ୍ୟ ପ୍ରଦେଶରୁ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡମିନିଷ୍ଟ୍ରେଟିଭ କୋଠା ସହିତ ଅନ୍ୟାନ୍ୟ କୋଠା ନିର୍ମାଣ କରିଥିଲେ । ଶ୍ରୀ ସିଂ ସେହି ଦିନଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ସହଯୋଗ କରୁଥିଲେ ।

ସେ ଦୀର୍ଘ ଦିନ ହେଲା ଯକ୍ଷ୍ଣା ରୋଗରେ ପୀଡିତ ଥିଲେ । ତେବେ ଗତକାଲି ରାତିରେ ତାଙ୍କର ହୃଦକ୍ରିୟା ବନ୍ଦ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଖାନା କୋଠା ନିର୍ମାଣ ଓ ଡାକ୍ତରଖାନାରେ ରୋଗୀଙ୍କ ସେବା ଶ୍ରୃଶୁଷା କରି ଶ୍ରୀ ଗୁରୁ ଦୀର୍ଘ ୫୦ ବର୍ଷ ଯାଏଁ ନିଜ ଭିଟା ମାଟି ଏମପି କୁ ଆଉ ଫେରିନି କେବେ ହେଲେ ସମସ୍ତ ଙ୍କ ପାଇଁ ଉଦାହରଣ ସାଜି ସବୁଦିନ ପାଇଁ ଅଫେରା ରାଇଜ କୁ ଫେରିଗଲେ ସେ ଏବେ । ତାଙ୍କ ସେବା ଓ ଉଦାରତା ମହନୀୟତା ପାଇଁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲାବାସୀ ସବୁ ଦିନ ମନେ କରିବେ । ସେଥିପାଇଁ ତାଙ୍କର ଏମିତି ଅକାଳ ବିୟୋଗରେ ଡାକ୍ତର ,ଷ୍ଟାଫ ନର୍ସ, ସ୍ୱାସ୍ଥ୍ୟ କର୍ମଚାରୀମାନେ ସାମିଲ ହୋଇ ଦିବଂଗତ ଗୁରୁ ସିଂଙ୍କ ବିୟୋଗରେ ଆଜି ଏକ ଶୋକ ସଭାର ଆୟୋଜନ କରାଯାଇ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।