ବଙ୍ଗୋମୁଣ୍ଡା ବନ ବିଭାଗ ପକ୍ଷରୁ ଚଢ଼ଉ : ୪୨ ଖଣ୍ଡ କାଠ ଗଣ୍ଡି ଜବତ

0
85
ବଙ୍ଗୋମୁଣ୍ଡା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୬/୦୪) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪୨ ଖଣ୍ଡ କାଠ ଗଣ୍ଡି ଜବତ କରିଛି ।

ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିକାରୀ ଙ୍କ ନେତୃତ୍ୱରେ ବନ କର୍ମଚାରୀ ପଣ୍ଡରେନ ରେଞ୍ଜ ଅନ୍ତର୍ଗତ କାଲିମେଲା ସଂରକ୍ଷିତ ଜଙ୍ଗଲ ରୁ ୧୦ ଖଣ୍ଡ କେନ୍ଦୁ କାଠଗଣ୍ଡି ଓ ବଙ୍ଗୋମୁଣ୍ଡା ସେକ୍ସନ ଛତ୍ରଙ୍ଗ ବିଟ ରୁ ୩୨ ଖଣ୍ଡ କାଠ ଗଣ୍ଡି ଜବତ କରିଥିଲେ । ଅନ୍ୟପଟେ କୌଣସି ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ଜଣକ ଫେରାର ହେବାରେ ସଫଳ ହୋଇଥିଲା । ଏହି ଚଢ଼ଉ ରେ ବନପାଳ ଦିବସ ମାଝୀ, ଫରେଷ୍ଟ ଗାର୍ଡ ସତ୍ୟବାନ ମାଝୀ, ଚନ୍ଦ୍ରଶେଖର ଦାସ, ରଂଜିତା ପୋଢ଼, ପାରା ସ୍କ୍ୱାର୍ଡ ନାପ ବାଗ, ଗୋପୀ ପୁଟେଲ, ଅମର ନିଆଲ, ଶରତ ବେହେରା, କୁବେର ଠେଲା ସମେତ ଅନ୍ୟ ମାନେ ସାମିଲ ଥିଲେ । କାଠ ଚାଲାଣ ରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାରେ ବନ ବିଭାଗ ବିଫଳ ହେବାରୁ ବିଭାଗ ଉପରେ ସନ୍ଦେହ ପ୍ରକାଶ ପାଇଛି ।