ଓଡ଼ିଶା ଷ୍ଟେଟ ଫୁଡ଼ କମିଶନଙ୍କ ଢେଙ୍କାନାଳ ଗସ୍ତ : ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା

0
221

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(ତା ୨୫/୦୮) : ଆଜି ପୂର୍ବାହ୍ନରେ ଓଡ଼ିଶା ଷ୍ଟେଟ ଫୁଡ଼ କମିଶନ ଶ୍ରୀ ପ୍ରମୋଦ କୁମାର ପରଜାପ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିଶାଙ୍କ ଶେଖର ଦାସ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଏବଂ ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ ଶ୍ରୀ ନୀରଦ ରଞ୍ଜନ ଦାଶଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱୟଂସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡିକର କାର୍ଯ୍ୟକାରିତା, ସରକାରୀ ସୁଲଭ ସାମଗ୍ରୀ ଦୋକାନର ପରିଚାଳନା, ଛତୁଆ, ମକା ଚାଷ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି ।WhatsApp Image 2021 08 26 at 9.16.15 AM ଓଡ଼ିଶା ଷ୍ଟେଟ ଫୁଡ଼ କମିଶନଙ୍କ ଢେଙ୍କାନାଳ ଗସ୍ତ : ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା

ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ଅଯୋଗ୍ୟ ହିତାକାରୀଙ୍କୁ ବାଦ ଦେଇ ଗରିବ ସ୍ୱାସ୍ଥ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ ଓଡ଼ିଶା ଷ୍ଟେଟ ଫୁଡ଼ କମିଶନ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ମହିଳାମାନେ କିଭଳି ଅଧିକ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ କହିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତାହାର ତୁରନ୍ତ ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଅବସରରେ ଓଡିଶା ଷ୍ଟେଟ ଫୁଡ କମିଶନ କାମାକ୍ଷାନଗର ଅନ୍ତର୍ଗତ ରାଇନରସିଂହପୁର କୋଅପରେଟିଭ ସୋସାଇଟି , କୋଟଗରାର ମା ଜଗତ ଜନନୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କେନ୍ଦ୍ର କୁସୁମଯୋଡିହିତ ଛତୁଚାଷ କେନ୍ଦ୍ର ଭ୍ରମଣ କରିଥିଲେ । ଅପରାହ୍ନରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଷ୍ଟି ସାଧନ କେନ୍ଦ୍ର ଓ ସ୍ବତନ୍ତ୍ର ଶିଶୁ ସୁରକ୍ଷା କେନ୍ଦ୍ର, ମଙ୍ଗଳପୁର ବ୍ରାହ୍ମଣୀ ସ୍ଵୟଂ ସହାୟକ ଗୋଷ୍ଠୀ, ବୌରାପଦା ଖମାର ଏବଂ ଗୋବିନ୍ଦପୁରର ବିଭିନ୍ନ ପୁଞ୍ଜି ଉଦ୍ୟାନ ଓ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଛନ୍ତି ।

ଚେୟାରମ୍ୟାନଙ୍କ ସହିତ କମିଶନ ମେମ୍ବର ସେକ୍ରେଟାରୀ ଶ୍ରୀ ଦିଗବିଜୟ ନାଥ, କାଳୀ ମହାନ୍ତି ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ପରିଦର୍ଶନରେ ଯାଇଥିଲେ ।

ଏହି ପରିଦର୍ଶନ ସମୟରେ ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ, କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଅଧିକାରୀ ଡା: ସୁଜାତା ରାଣୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅରୀ ଶ୍ରୀମତୀ ଛୋହା ରାୟ, କାମାକ୍ଷାନଗର ତୃତ୍ତି ଏବଂ ସହର ବ୍ଲକର ବିଡ଼ିଓ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।