ଭତ୍ତା କଥା ମୁଣ୍ଡ ବ୍ୟଥା

0
89
ଭତ୍ତା

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୪/୦୫) : ଭତ୍ତା କଥା ମୁଣ୍ଡ ବ୍ୟଥା । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ, ଭତ୍ତାହିତାଧିକାରୀ, ମାଆ, ଭଉଣୀ, ବାପା, ଭାଇ ମାନଙ୍କ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯେଉଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

ତାହା ଏକ ନିଶ୍ଚିତ ଜନ କଲ୍ୟାଣକାରୀ ଯୋଜନା ଅଟେ, କିନ୍ତୁ, ଆଜିର ଦିନରେ ତାହା ଅତି ପରିତାପର ବିଷୟ, ଅର୍ଥାତ, ସେହି ଅସହାୟ ଦୁଃଖୀ, ରଙ୍କି, ଗରିବୀ ବୃଦ୍ଧ ବୃଦ୍ଧା ମାନଙ୍କୁ ସରକାର ଭତ୍ତାଆକାରରେ ଯେଉଁ ଆର୍ଥିକ ସହାୟତା ଦେଉଛନ୍ତି । ସେ ଭତ୍ତା ପଇସା ନିଜ ହାତରେ ପାଇବା ପାଇଁ ଭତ୍ତା ହିତାଧିକାରୀ ମାନେ ନାହିଁ ନ ଥିବା ହଇରାଣ ହରକତ ହେବାର ଅନୁଭୂତ ହେଉଛି, ଏହାର ପ୍ରଥମ କାରଣ ଭତ୍ତା ହିତାଧିକାରୀ ମାନେ ପଇସା ଉଠାଇବା ପାଇଁ କିମ୍ୱା ଜମା ଖାତା ପ୍ରିଣ୍ଟ କରେଇବା ପାଇଁ ଯେତେବେଳେ ବ୍ୟାଙ୍କକୁ ଜମା ଖାତା ନେଇକି ଯାଉଛନ୍ତି ସେହିଠାରେ ବ୍ୟାଙ୍କ କର୍ମଚାରୀ ମାନେ ଖାତା ପ୍ରିଣ୍ଟ କରିକି ଆଣ, ବୋଲି କହୁଛନ୍ତି କିମ୍ୱା ପ୍ରିଣ୍ଟ ମଧ୍ୟ କରିଦେଉନାହାନ୍ତି, କହୁଛନ୍ତି ।

କ’ଣ ନା ଖାତା ଅପଡେଟ କରିକି ଆଣ, କିନ୍ତୁ ଖାତା ଟି ଅପଡେଟ ହେଇ ପାରୁନାହିଁ କାରଣ ବ୍ୟାଙ୍କରେ ବାରକୋଡ଼ ମିଳିପାରୁନାହିଁ, କିମ୍ବା ବାରକୋଡ଼ ଲାଗିଥିବା ନୂଆ ପାସବୁକ ମଧ୍ୟ ବ୍ୟାଙ୍କରେ ଦେଉନାହାନ୍ତି, ଯାହା ଫଳରେ ଅନେକ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଭତ୍ତା ହିତାଧିକାରୀ ବାପା ମାଆ ମାନେ କେହି କେହି ୪/୫ ମାସ ହେଲେ ସୁଦ୍ଧା ଭତ୍ତା ପଇସା ପାଇ ପାରୁନାହାନ୍ତି । ତେଣୁ ସରକାରଙ୍କୁ ବିଶେଷ ବିଶେଷ ଅନୁରୋଧ ଏପରି ସଙ୍କଟ ପରିସ୍ଥିତି ବେଳେ ନିଶ୍ଚିତ ଭାବରେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଦୃଷ୍ଟିପାତ କଲେ ବହୁ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ବାପା ଭାଇ ମାଆ ଭଉଣୀ ମାନେ ଉପକୃତ ହେବେ, ଏବଂ ଏହି ଦୁଃଖପୂର୍ଣ୍ଣ ବିଷୟ ପ୍ରତି ସରକାର ଗୁରୁତ୍ୱ ନ ଦେଲେ ସେହି ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଭାଇ ମାନଙ୍କୁ ନେଇ ପ୍ରତ୍ୟେକ ଗ୍ରାମ ପଂଚାୟତ ସ୍ତରରେ ଗଣ ଧାରଣା କରିବା ପାଇଁ ନିଷ୍ପତ୍ତି ନିଆ ଯାଉ ବୋଲି ଅନେକ ଲୋକଙ୍କ ମତାମତ ନେଲା ପରେ ପାବୁରିଆ ସମିତି ସଭ୍ୟ, ପୂ.ସରପଞ୍ଚ ପାଡଙ୍ଗି ତଥା ପାବୁରିଆ ମଣ୍ଡଳ ସଭାପତି ({ ଭା ଜ ପା) ମତ ପ୍ରକାଶ କରିଛନ୍ତି ।