Friday, March 29, 2024

Top 5 This Week

Related Posts

ରାଇକିଆ ବଣିକ ସଂଘ ର ସାଧାରଣ ପରିଷଦ ବୈଠକ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ, (୧୮/୧୧) : କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘ ର ସାଧାରଣ ପରିଷଦ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି ।

ରାଇକିଆ ବଣିକ ସଂଘ ର ସାଧାରଣ ପରିଷଦ ବୈଠକ । ସଭାପତି ପଦ୍ମଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରବନ୍ଧକ ସନ୍ତୋଷ ବେହେରା, ଫିଲ୍ଡ ଅଫିସର ରାଜେନ୍ଦ୍ର ସାହୁ, ୟୁକୋ ବ୍ୟାଙ୍କ ଫିଲ୍ଡ ଅଫିସର ସତିଶ ବେହେରା ଯୋଗ ଦେଇ ବ୍ୟବସାୟୀ ଏବଂ ବ୍ୟାଙ୍କ ମଧ୍ୟରେ ସୁସଂପର୍କ, ଏହା ଦ୍ୱାରା ବ୍ୟବସାୟୀ ଙ୍କ ବିକାଶ ମୂଳକ ଅଗ୍ରଗତି କିପରି ହୋଇ ପାରିବ ସେ ନେଇ ପରାମର୍ଶ ଦେବା ସହ ବ୍ୟବସାୟୀ ଙ୍କ ବ୍ୟାଙ୍କ କ୍ଷେତ୍ର ରେ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ରେ ଆଲୋଚନା କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟ ବୈଠକ ରେ ଆସନ୍ତା ଡିସେମ୍ବର ରେ ଅନୁଷ୍ଠିତ ହେବାକୁ ଥିବା ସଂଘର ପ୍ରତିଷ୍ଠା ଦିବସ ପ୍ରସ୍ତୁତି ସଂପର୍କ ରେ ଆଲୋଚନା ହୋଇଥିଲା । ସଂପାଦକ ଦୁର୍ଯ୍ୟୋଧନ ଲେଙ୍କା କାର୍ଯକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ରେ ଉପସଭାପତି ପ୍ରତାପ ଜେନା, ପୂର୍ବତନ ସଭାପତି ସତ୍ୟବାନ୍ ପାତ୍ର , ସହ ସଂପାଦକ ଶ୍ରୀନିବାସ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଦୂତି କୃଷ୍ଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles