ରାମପୁର ଥାନା ରେ ମେଗା ରକ୍ତଦାନ ଶିବିର ଆୟୋଜିତ

0
78
ରାମପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୫) : ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଥାନା ଅଧୀନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2023 05 04 at 10.12.16 1 ରାମପୁର ଥାନା ରେ ମେଗା ରକ୍ତଦାନ ଶିବିର ଆୟୋଜିତ

ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଉପସ୍ଥିତ ରହି ରକ୍ତ ଦାନ ଶିବିର କୁ ଫିତା କାଟି ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସୋନପୁର ଏସଡ଼ିପିଓ ପୁଷ୍ପାଞ୍ଜଳି ନୀଙ୍ଗି, ସମାଜ ସେବା ମକରଧ୍ବଜ ସାହୁ, ଶ୍ରୀରାମ କଲେଜ ର ସଭାପତି ରମେଶ ପୁଝାରୀ, ଉମେଶ ପୁଝାରୀ ସରପଞ୍ଚ , ମନୋଜ୍ ପୁରୋହିତ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ରକ୍ତ ଦାନ ଶିବିର ରେ ୬୨ ଜଣ ମହିଳା ଙ୍କ ସମେତ ସମୁଦାୟ ୩୮୫ ୟୁନିଟ ରକ୍ତସଂଗ୍ରହ କରିଥିଲେ । ୧୧୩ ଜଣ ପ୍ରଥମ ଥର ରକ୍ତ ଦାନ କରି ଥିଲେ । ରାମପୁର, ବଡ଼ କର୍ଲେ, ଅନ୍ଧାରୀ ବାଞ୍ଜୀ, ପ୍ରଧାନ ପାଲି, ପଣ୍ଡକିଟାଲ ର ସରପଞ୍ଚ ଙ୍କ ସହିତ ଅଞ୍ଚଳର ବହୁ ରକ୍ତ ଦାତା ଏ ଶିବିର ରେ ସାମିଲ ହୋଇ ଥିଲେ ।

ବରଗଡ ଜିଲ୍ଲା ସମାଜସେବୀ ସଂଗଠନ ନିଷ୍ଟା ପରିବାର, ସଂକଳ୍ପ ପରିବାର, ମାରୱାଡ଼ି ଯୁବା ମଞ୍ଚ, ଶ୍ରୀରାମ କ୍ଲବ, ବଜରଙ୍ଗ ଦଳ, ଓଡ଼ିଶା ଡ୍ରାଇଭର ମହାସଂଘ ସମେତ ଅନ୍ୟାନ୍ୟ ସଂଗଠନ ଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବର୍ଦ୍ଧିତ କରିଥିଲେ । ଏହି ମେଗା ରକ୍ତଦାନ ଶିବିର କୁ ରାମପୁର ଭାର ପ୍ରାପ୍ୟ ଥାନା ଅଧିକାରୀ ଭାନୁ ଶଙ୍କର ଯାଦବ, ଏସଆଇ ଅଭିନାଶ ପ୍ରଧାନ, ଏଏସଆଇ ସୁରଞ୍ଚି ସେଠୀ, ଜୟଦ୍ରଧ ପ୍ରଧାନ, ଜିଲ୍ଲା ପୋଲିସ ରକ୍ତ ସଂଯୋଜକ ମନୋଜ୍ ପଣ୍ଡା, ହାବିଲଦାର ଏସ ଏନ ତ୍ରୀପାଠୀ, ନାରାୟନ ରନବିଡା, ଦଣ୍ଡବତୀ କୁମର, ଭୀଷ୍ମ ବର୍ଗତି, ହୋମ ଗାର୍ଡ ବାଇଲୋଚନ ସାହୁ, ସଞ୍ଜୟ ସରାଫ, ଅନ୍ତ ରାମ ମେହେର ପ୍ରମୁଖ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ରକ୍ତକେନ୍ଦ୍ର କୁ ୧୦୦ , ଭିମସା ବୁର୍ଲା କୁ ୨୨୫, ବରଗଡକୁ ୬୦ ୟୁନିଟ ସଂଗୃହୀତ ରକ୍ତ ପ୍ରଦାନ୍ କରାଯାଇଥିଲା l