ପିଇବା ପାଣି ପାଇଁ ରାସ୍ତା ରୋକ କଲେ ରେଖାଲଗୁଡା ଓ ଶାନ୍ତିନଗର ବାସୀ

0
235
ପିଇବା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୩/୫) : ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତର ରେଖାଲଗୁଡା ଗାଁ ଓ ଶାନ୍ତିନଗର ଗାଁ ସମ୍ମୁଖ ରେ ବିଶୁଦ୍ଧ ପାନୀୟ ଜଳ ପାଇଁ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି ।WhatsApp Image 2023 05 03 at 19.27.06 ପିଇବା ପାଣି ପାଇଁ ରାସ୍ତା ରୋକ କଲେ ରେଖାଲଗୁଡା ଓ ଶାନ୍ତିନଗର ବାସୀ

ରେଖାଲଗୁଡା ଗାଁ’ରେ ଆଦିବାସୀ ୧୨୦ ଘର ଓ ଦଳିତ ୫୦ ଘର ମୋଟ ୧୭୦ ଘର ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ରହିଛନ୍ତି ।ଏହି ଗାଁ’ରେ ୪ଟି ନଳକୂପ ରହିଥିବା ବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବସୁଧା ଦ୍ୱାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ଉକ୍ତ ଗ୍ରାମରେ ବହୁ ଦିନ ହେବ ଦୁଇଟି ନଳକୂପ ଅଚଳ ହୋଇଯାଇଛି । ଅନ୍ୟ ଦୁଇଟି ନଳକୂପ ରୁ ଅଳ୍ପ ପାଣି ବାହାରି ଥିବାବେଳେ ଗୋଟିଏ ନଳକୂପ ଉପରେ ଗ୍ରାମ ବାସୀ ନିର୍ଭର କରି ଆସୁଥିବା ବେଳେ ପାଣି ପାଇଁ ଗ୍ରାମରେ ମହିଳା ମାନଙ୍କ ମଧ୍ୟରେ ଝଗଡା ହେଉଛିନ୍ତି । ପ୍ରାୟ ୧୫ ଦିନ ହେବ ସ୍ୱଜଳ ଧାରା ଦ୍ୱାରା ଆସୁଥିବା ବିଶୁଦ୍ଧ ପାନୀୟ ଜଳ ର ପାଇପ ଲାଇନ ଫାଟି ଯିବା ଯୋଗୁଁ ପାଣି ବାହାରକୁ ବାହାରିନଷ୍ଟ ଅପଚୟ ହେଇଯାଉଥିଲା । ଯାହାଫଳରେ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ରୁ ବଞ୍ଚିତ ରହିଥିଲେ । ପାଣି ଅସୁବିଧା ଯୋଗୁଁ ଗ୍ରାମବାସୀ ଗାଁ ଠାରୁ ପ୍ରାୟ ଅଧ କିମି ଦୂରରେ ଥିବା ଏକ ଭଙ୍ଗା କୂଅ ରୁ ପାଣି ନେଇ ବ୍ୟବହାର କରି ବିଭିନ୍ନ ରୋଗାକ୍ରାନ୍ତ ରେ ପଡୁଥିବା ଗ୍ରାମ ବାସୀ କହିଛନ୍ତି । ସେ କୁଅଁ ରୁ ଗାଈଗୋରୁ ମଧ୍ୟ ପାଣି ପିଉଥିବା କହିଛନ୍ତି ।WhatsApp Image 2023 05 03 at 19.27.06 1 ପିଇବା ପାଣି ପାଇଁ ରାସ୍ତା ରୋକ କଲେ ରେଖାଲଗୁଡା ଓ ଶାନ୍ତିନଗର ବାସୀ

ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାମ ହେଉନଥିବା ଯୋଗୁଁ ଗତ ଗୁରୁବାର ଦିନ ପୁଣି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀ ଙ୍କୁ ଲିଖିତ ଦେଇଥିଲେ ।ସେ ଆଜି କାଲି ମଧ୍ୟରେ ମରାମତି କରି ପାଣି ଯୋଗାଇଦେବୁ ବୋଲି କହି ନ କରିଥିବା ରୁ ଆଜି ରେଖାଲଗୁଡା ଗ୍ରାମବାସୀ ଏକତ୍ରିତ ହୋଇ ରେଖାଲଗୁଡା ଛକର ତିନୋଟି ସ୍ଥାନର ରାସ୍ତା ଉପରେ ଗଛଡ଼ାଳ ପକାଇବା ସହ ହାଣ୍ଡି, ବାଲ୍ଟି, ଡେକଚି ଧରି ବସି ରହିଥିଲେ । ଏହି ଖବର ପାଇ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ରାସ୍ତା ଅବରୋଧ କରୁଥିବା ମହିଳା ପୁରୁଷ ମାନେ କନିଷ୍ଠ ଯନ୍ତ୍ରୀ ଙ୍କୁ ଘେରିଥିଲେ ।

ଥାନା ଏସ ଆଇ ସଞ୍ଜୟ କୁମାର ମୁର୍ମୁ ,ହାବିଲଦାର କାର୍ତ୍ତିକ ଶବର ,ବିଡ଼ିଓ ସୁନୀଲ ଖରା , ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ପ୍ରମୁଖ ପହଞ୍ଚି ଆନ୍ଦୋଳନ କାରୀଙ୍କୁ ଆଜି କିପରି ହେଲେ ପାଇପ ଲାଇନ ମରାମତି କରି ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧକୁ ଉଠାଇଥିଲେ । ଯଦି ଆଜି ପାଣି ଯୋଗାଇ ନ ଦିଆଯିବ ତାହା ହେଲେ ଆଗାମୀ ଦିନରେ ପୁନର୍ବାର ରାସ୍ତା ଅବରୋଧ କରିବୁ ବୋଲି ସାଲା ହୁଈକା, ଆଦମା ହୁଈକା, ବନବାସୀ ହୁଈକା,ସିଙ୍ଗାରି ମାଣ୍ଡିକା, ସେନ୍ତା ମାଣ୍ଡିକା, ଅଞ୍ଜନି ହୁଈକା, ଅଞ୍ଜନା ହୁଈକା, ସୁନିଲ ହୁଈକା ପ୍ରମୁଖ କହିଛନ୍ତି ।