ବିପୁଳ ପରିମାଣ ର ବେଆଇନ୍ ଏସ କଫ ନାମ୍ନୀ ନିଶା ଯୁକ୍ତ କଫ ସିରଫ ଜବତ

0
113
ବିପୁଳ ପରିମାଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୩/୦୫) : ବଲାଙ୍ଗୀର ଜିଲ୍ଲା ରେ ବିଗତ ଦିନରେ ବିପୁଳ ପରିମାଣ ର ବେଆଇନ୍ ଏସ କଫ ନାମ୍ନୀ ନିଶା ଯୁକ୍ତ କଫ ସିରଫ ଜବତ ସହ ରାଜ୍ୟ ବାହାର ଓ ରାଜ୍ୟ ର ଅନେକ ଙ୍କୁ ଗିରଫ କରାଯାଇଥିଲା ।ବିପୁଳ ପରିମାଣ

ଏପରିକି ଜିଲ୍ଲା ଆରକ୍ଷୀ ଅଧିକାରୀ ମିଶନ କ୍ଲିନ୍ କ୍ରିମିନାଲ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସଫଳ ହୋଇଥିଲେ । ହେଲେ ଏହି ସିରଫ୍ ପ୍ରସ୍ତୁତି କମ୍ପାନୀ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ସତ୍ତ୍ବେ ଏହି କାରବାର ବିପୁଳ ପରିମାଣ ରେ ଚାଲିଛି ତଥା ୨୫୦ ରୁ ୩୦୦ ଟଙ୍କା ରେ ବିକ୍ରୀ ହେଉଥିବା ସିରଫ ଏବେ ୬୦୦ ରୁ ୭୦୦ ଟଙ୍କା ରେ ବୀକ୍ରି ଚାଲିଛି । ଜିଲ୍ଲା ର ବ୍ୟବସାୟୀ ଙ୍କ ନିକଟରେ ସିରଫ ଗଚ୍ଛିତ ରହିଥିବା ବେଳେ ଅଧିକ ଲାଭ ରେ ବିକ୍ରୀ ଚାଲିଛି । ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର କିଛି ନିର୍ଦ୍ଦିଷ୍ଟ ଏସକଫ ନାମ୍ନୀ ବେଆଇନ୍ ନିଶା କଫ ସିରଫ ଚାଲିଥିବା ହରିଶଙ୍କର ଯାତ୍ରା ରେ ବିକ୍ରୀ କରୁଥିବା ବେଳେ ଖପ୍ରାଖୋଲ ପୁଲିସ ଦ୍ଵାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି ।

ପାଟଣାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଙ୍କ ସୁଛନାନୁଜାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡାର ଲୋକେସ ନାଏକ (୨୪) ବରଗଡ ଜିଲ୍ଲା ପଦ୍ମପୁର ସତିଭଟାର ଗ୍ରାମର ବବଲୁ ତ୍ରିପାଠୀ (୩୧) ଓ ବଡବନ୍ଦ ପଡାର ଦୁର୍ଯ୍ୟୋଧନ ସାହୁ (୩୪) ପୁଇଁତଲା ଥାନା ଭୁରସିପାଲି ଗାଁ’ର ରଞ୍ଜନ ସ୍ବାନ (୨୨) ବଲାଙ୍ଗୀର ହାତିସାଲ ପଡାର ଶ୍ରୀକାନ୍ତ ବେହେରା (୨୭) ବୋଲି ଜଣାଇ ଛନ୍ତି । ଉକ୍ତ ଅଭିଯୁକ୍ତ ଙ୍କ ନିକଟରୁ ବ୍ୟବହାର କରୁଥିବା ୨ ଟି କାର ଓ ୨ ଗୋଟି ବାଇକ୍ ସହ ୧୩୦୦ ଟଙ୍କା ଓ ସେମାନେ ବ୍ୟବହାର କରୁଥିବା ମୋବାଇଲକୁ ପୁଲିସ ଜବତ କରିଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରୀରେ ବଜଲସାଗରୁ ଗମ୍ଭାରୀ ଜିବାରାସ୍ତାରେ ଏକ ସ୍ବିପ ଡିଜେଡଆର , ମାରୁତି ସେଣ୍ଟ୍ରୋ, ବୁଲେଟ ଓ ୟମ୍ମାହା ବାଇକ ସହ କିଛି ଯୁବକ ଏକତିତ୍ର ହୋଇ ବାର୍ତ୍ତାଳାପ କରୁଥିଲେ ।

ବାର୍ତ୍ତାଳାପ ସହ ଗୋଟିଏ କାରରୁ ଅନ୍ୟଏକ କାରକୁ କିଛି କାଟୁନ ପେଟି ଏପଟସେଏପଟ କରୁଥିଲେ । ସେହି ରାସ୍ତା ଦେଇ ହରିଶଙ୍କର ମହୋତ୍ସବ ଦେଖି ଫେରୁଥିବା କିଛି ଯୁବକ ସେମାନଙ୍କୁ ସନ୍ଦେହ କରି ଖପ୍ରାଖୋଲ ପୁଲିସକୁ ଖବର ଦେଇଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ସେଠାରେ ପହଞ୍ଚି ସେମାନଙ୍କୁ ପଚରାଉଚରା କରିଥିଲା । ଯୁବକ ମାନେ ପୁଲିସକୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ପୁଲିସ ସନ୍ଦେହକରି ଉଭୟ କାର୍ ଯାଞ୍ଚ କରିଥିଲା । ଉକ୍ତ ଗାଡି ରୁ କଫସିରଫ ପୁଲିସ ପାଇ ଘଟଣା ସ୍ଥଳରୁ ୫ ଜଣ ଯୁବକ ଙ୍କୁ ଗିରଫ ସହ ୬୩୯ ବୋତଲ କଫ ସିରଫ୍ ଜବତ କରିଥିଲା । ଥାନା କେସ ନମ୍ବର ୬୧ /୨-୫-୨୩ ଦଫା ୨୭୪ ,୨୭୫,୨୭୬,୧୨୦ ବି ଆଇପିସି ଧାରାରେ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି ।