ଟ୍ରାକ୍ଟର ଓଲଟି ୩ ମୃତ: ୧୦ରୁ ଉର୍ଦ୍ଧ୍ବ ଗୁରୁତର

0
80
ଟ୍ରାକ୍ଟର ଓଲଟି ୩ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୦୪/୦୫) : ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଦୁର୍ଘଟଣା। ଟ୍ରାକ୍ଟର ଓଲଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି ।

ଟ୍ରାକ୍ଟର ଓଲଟି ୩ ମୃତ l ଚିତ୍ରକୋଣ୍ଡା ବ୍ଲକ ପଡପଦର ଗ୍ରାମର ପ୍ରାୟ ୧୫ ଜଣ ଲୋକ ଏକ ଟ୍ରାକ୍ଟର ଯୋଗେ ତଣ୍ଟlଗୁଡ଼ା ଗ୍ରାମକୁ ଦଶାହ କାର୍ଯ୍ୟକ୍ରମକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଫେରିବା ବାଟରେ ବଡପଡ଼ା ପଞ୍ଚାୟତର ବଡ଼ପୁଟ ଘାଟି ପାଖରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିଥିଲା ଫଳରେ ସମସ୍ତେ ଗୁରୁତର ହୋଇ ପଡ଼ିଥିଲେ l ସ୍ଥାନୀୟ ଲୋକେ ଖବର ପାଇ ସଙ୍ଗେ ସଙ୍ଗେ ସମସ୍ତ ଆହତ ଙ୍କୁ ଯାନବାହୀ ମେଡିକାଲ କୁ ନେଇଥିଲେ ସେଠି ୩ ଜଣଙ୍କୁ ମୃତ ଘୋଷଣା କରାଯାଇଥିବା ବେଳେ ୧୦ ଜଣ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଜାନବାଇ ମେଡିକାଲ ରେ ଚିକିତ୍ସା ପରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତଙ୍କର ଚିତ୍ରକୋଣ୍ଡା ଚିକିତ୍ସାଳୟରେ ଚିକିତ୍ସା ଜାରି ରହିଛି ।