କେଲାକଟା ଭୀମ ପାହାଡରେ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ପାଳିତ

0
73
କେଲାକଟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୫) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତ ଅନ୍ତର୍ଗତ କେଲାକଟା ସ୍ଥିତ ଭୀମ ପାହାଡରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଅବସରରେ ଜିଲ୍ଲା ସ୍ତରୀୟ ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।

ଭଗବାନ ଗୌତମ ବୁଦ୍ଧ ରାଷ୍ଟ୍ରୀୟ ଶାନ୍ତି ପରିଷଦ ଆୟୋଜନରେ ବୁଦ୍ଧ ଜୟନ୍ତୀ କମିଟି ଓ ବନ ବିଭାଗ କର୍ମଚାରୀ ଙ୍କ ସହାୟତାରେ ଏକ ସୁସଜ୍ଜିତ ରଥ ବୌଦ୍ଧ ସହର ପରିକ୍ରମା କରି କେଲାକଟା ରେ ପହଞ୍ଚିଥିଲା । ଏହା ପରେ ଭଗବାନ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ କମିଟିର ଉପସଭାପତି ସୁରେଶ ସାହୁ ଙ୍କ ଅଧ୍ୟକ୍ଷତାରେ ଓ ସାମାଜିକ କର୍ମୀ କୃତିବାସ ପଳିଆ ଙ୍କ ସଂଯୋଜନାରେ ଏକ ସାଧାରଣ ସଭା ଆୟୋଜନ ହୋଇଥିଲା l ସଭାରେ ମୁଖ୍ୟ ଅତିଥି ଭାବେ ବୁଦ୍ଧ ଜୟନ୍ତୀ କମିଟିର ସଂଯୋଜକ ସତ୍ୟ ନାରାୟଣ ହୋତା ଯୋଗ ଦେଇ ଭଗବାନ ଗୋୖତମ ବୁଦ୍ଧଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ତତ୍ ସହିତ ନନ୍ଦନ ବନ ଇକୋ ପାର୍କ ସହିତ ସଂଯୋଗ କରିବା ପାଇଁ ସରକାର ଙ୍କୁ ନିବେଦନ କରିଥିଲେ ।

ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ମଥୁରା ସରପଞ୍ଚ ପ୍ରଦୀପ କୁମାର କଂହର ଓ ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା, ସାମାଜିକ କର୍ମୀ ଶଙ୍କର ପ୍ରସାଦ ମିଶ୍ର, କୃତିବାସ ପଳିଆ, ଉପଦେଷ୍ଟା ଶମ୍ଭୁ ପ୍ରାସାଦ ମହାନନ୍ଦିଆ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓ ଆଗାମୀ ଦିନରେ ଏକ ବୁଦ୍ଧ ମହୋତ୍ସବ କରିବା ପାଇଁ ଆଲୋଚନା କରିଥିଲେ । ଶେଷରେ ବାବା ଖଗେଶ୍ବର ବାଣପ୍ରସ୍ତି ଶାନ୍ତିପାଠ କରିଥିବାବେଳେ କମିଟିର ସଦସ୍ୟ ନିରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l