ଶିତଳେଇ ମନ୍ଦିର କଲ୍ୟାଣ ମଣ୍ଡପରେ ଅଶି ଘର ଶବର ଜାତି ପକ୍ଷରୁ କର୍ମଶାଳା ଅନୁଷ୍ଠିତ

0
89
ଶିତଳେଇ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୯/୦୫) : ଶିତଳେଇ ମନ୍ଦିର କଲ୍ୟାଣ ମଣ୍ଡପରେ ଅଶି ଘର ଶବର ଜାତି ପକ୍ଷରୁ କର୍ମଶାଳା ଅନୁଷ୍ଠିତ ।WhatsApp Image 2023 05 08 at 15.43.54 ଶିତଳେଇ ମନ୍ଦିର କଲ୍ୟାଣ ମଣ୍ଡପରେ ଅଶି ଘର ଶବର ଜାତି ପକ୍ଷରୁ କର୍ମଶାଳା ଅନୁଷ୍ଠିତ

ଆଦିମ କାଳରୁ ଶବର ଜନଜାତି ରହିଥିବାବେଳ ପ୍ରକୃତିକୁ ପୂଜା କରି ଜୀବନ ଅତିବାହିତ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ଶବର ଜନଜାତି ଅନେକ କ୍ଷେତ୍ରରେ ଅବହେଳିତ । ପିଣ୍ଡ ଓ ବ୍ରହ୍ମାଣ୍ଡକୁ ଏକତ୍ରିତ କରିବାରେ କେବଳ ଶବର ଜନଜାତି ହିଁ ସକ୍ଷମ ହୋଇଥିଲେ । ଏହି ଜନଜାତି ସର୍ବଦା ଦେଇଥାନ୍ତି କିନ୍ତୁ କାହା ଠାରୁ ନେଇ ନଥାନ୍ତି ଶବର ନିଜେ ନିଜ ଦେବତାଙ୍କୁ ପୂଜା କରିଥାନ୍ତି, କାହାରି ମାଧ୍ୟମରେ ନୁହେଁ । ଜନ୍ମ, ବଂଶ ଓ ରକ୍ତଗତ ସମ୍ପର୍କ କେବଳ ଶବର ମାନଙ୍କ ନିକଟରେ ରହିଛି । ଜନଜାତିର ପୂଜାବିଧି ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳାରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଛନ୍ତି । ସୋନପୁର ସହରର ଶିତଳେଇ ମନ୍ଦିର କଲ୍ୟାଣ ମଣ୍ଡପରେ ଅଶି ଘର ଶବର (ସହରା) ଜାତିଭାଇଙ୍କ ପକ୍ଷରୁ ଆୟୋଜିତ କର୍ମଶାଳାରେ ଅତିଥି ଭାବେ ଯୋଗ ଦେଇ ସମାଜର ନେତୃମଣ୍ଡଳୀ ମତ ବ୍ୟକ୍ତ କରିଛନ୍ତି ।

କର୍ମଶାଳାରେ ସାମ୍ପ୍ରତିକ ସମାଜରେ ଆମ ଅଞ୍ଚଳର ଶବର (ସହରା) ଜନଜାତିର ସ୍ଥିତି ଶବର ଜନଜାତିର ଦୈନନ୍ଦିନ ପାରମ୍ପରିକ ପୂଜାବିଧ ଓ ପର୍ବପର୍ବାଣୀ, ଶବର ଜନଜାତିର ପୂଜାବିଧିରେ ପୂଜକ ମାନଙ୍କ ଭୁମିକା, ଦୈନନ୍ଦିନ ପୂଜାବିଧିରେ ଯୁବକ ଯୁବତୀଙ୍କ ଭୁମିକା, ଏହି ଜନଜାତି ପ୍ରତି ଥିବା ସରକାରୀ ଓ ବେସରକାରୀ ଅନୁଦାନ ଆଦି ବିଷୟରେ ବ୍ୟାପକ ଆଲୋଚନା ହୋଇଛି । କର୍ମଶାଳାରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର, ବୌଦ୍ଧ, ବରଗଡ, କନ୍ଧମାଳ ଆଦି ଜିଲ୍ଲା ରୁ ଶତାଧିକ ପ୍ରତିନିଧି ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l