ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଦ୍ଵିତୀୟ ଶ୍ରଦ୍ଧାଞ୍ଜଳି ଦିବସ

0
74
ସ୍ୱର୍ଗତ ସାମ୍ବାଦିକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୨/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କବ୍ଜା) କାର୍ଯ୍ୟାଳୟ ଠାରେ ବୁଧବାର ସନ୍ଧ୍ୟାରେ ସାମ୍ବାଦିକ ତଥା ସଙ୍ଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ ଦ୍ଵିତୀୟ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ ହୋଇଯାଇଛି l

ପ୍ରଥମେ ସ୍ୱର୍ଗତ ବସ୍ତିଆଙ୍କ ତୈଳଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ପରେ ଉପ-ସଭାପତି ପ୍ରଭାତ ସାହୁଙ୍କ ସଭାପତିତ୍ୱରେ ଏକ ସ୍ମୁତିସଭା ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ଓ ଜୟକୁମାର ମହାରଣା ତାଙ୍କ ଅମର ଆତ୍ମାର ସ୍ମୁତିଚାରଣ କରିଥିଲେ l ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ବସ୍ତିଆଙ୍କ ୨୦୨୧ ମସିହା କରୋନା ସମୟରେ ମଇ ୧୦ ତାରିଖ ଦିନ ପରଲୋକ ହୋଇଥିଲା l ଶ୍ରଦ୍ଧାଞ୍ଜଳି ସଭାରେ ସାମ୍ବାଦିକ ବଂଶୀଧର ମାଝୀ, ଦେବାଶିଷ ମଲିକ, ଗୋବର୍ଦ୍ଧନ ସାହୁ, ବାସୁଦେବ ଷାଣ୍ଢ ଉପସ୍ଥିତ ଥଲେ l ସମ୍ପାଦକ ପୂର୍ଣ୍ଣଚରଣ ସାହୁ ଧନ୍ୟବାଦ ଦେଇଥିଲେ l