ମାଓବାଦୀ ସଂଗଠନ ପକ୍ଷରୁ ଅଡିଓ ଟ୍ୟାପ ଜାରୀ

0
509
ମାଓବାଦୀ ସଂଗଠନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୨/୫) : ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଅଡିଓ ଟ୍ୟାପ ଜାରୀ କରିଛି, କଳାହାଣ୍ଡି ରେ ଗତ ୯ ତାରିଖ ଏନ୍ କାଉଣ୍ଟର ମିଥ୍ୟା ଦର୍ଷାଇ, ଦୃଢ଼ ଜବାବ ଦେବାକୁ ଚେତାବନୀ ଦେଇଛି ।

ସିପିଆଇ (ମାଓବାଦୀ)ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ଅଡିଓ ବାର୍ତ୍ତା ଜାରି କାରିଛି ନିଯକୁ ସିପିଆଇ ମାଓବାଦୀ ସଂଗଠନ ପ୍ରବକ୍ତା ଚକରା ବିଶୋଇ ବୋଲି ପରିଚୟ ଦେଇ ଅଡିଓ ବାର୍ତ୍ତା ଜାରି କରିଛି, ଏଥିରେ ଉଲ୍ଲେଖ ରହିଛି ଗତ ୯ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଟାମ୍ପୁରନ୍ ଜଙ୍ଗଲରେ ପୋଲିସ ମିଥ୍ୟା ଏନକାଉଣ୍ଟର କରିଛି, ଥଣ୍ଡା ମସ୍ତିସ୍କ ରେ ହତ୍ୟା କରିଛି ଏଣୁ ଏହାକୁ ବିଚାର ବିଭାଗୟ ତଦନ୍ତ କରିବାକୁ ସେ ଦାବି କରୁଛନ୍ତି । ପୁଣି ଅଡିଓ ଦ୍ବାରା ପୋଲିସର ମିଥ୍ୟା ଏନକାଉଣ୍ଟର କୁ ନିନ୍ଦା କରିବା ସହିତ ସହିଦଙ୍କ ରକ୍ତ ବୃଥା ଜୀବନୀ ତାର ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ମାଓବାଦୀ ପାର୍ଟି ପକ୍ଷରୁ ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ପରିଚୟ ପ୍ରଦାନ କରିଛନ୍ତି । ମୃତ ସାଥୀ ହେଲେ କମରେଡ଼ ଲଳିତ, କାର୍ଯ୍ୟରତ କେକେବିଏନ ଡିଭିଜନ ବାଘୁନା ଏରିଆ କାମେଟି ଦଳ କମାଣ୍ଡର ଥିଲେ ତାଙ୍କ ଗ୍ରାମ ରାମପୁର ଜିଲା ବିଜାପୁର ଛତିଶଗଡ଼ ରାଜ୍ୟ, ଦୂତୀୟ ମୃତକ ହେଲେ ବଞ୍ଜମ ଜିତୁ ଛତିଶଗଡ଼ ରାଜ୍ୟର ସୁକ୍ମା ଜିଲା ଇଲାକାମୁଡୁକୁ, ସେ ସେକ୍ସନ କମାଣ୍ଡର ଥିଲେ ଓ ତୃତୀୟ ଲକ୍ଷ୍ମଣ ମାର୍କମ ଅରଫ ସଞ୍ଜୀବ, ସୁକୁମା ଜିଲ୍ଲାର ପାର୍ଟି ସଦସ୍ୟ ଥିଲେ ।