ଛଅ ଜଣ ଓଡିଶା ମୁଥେଇ ବକ୍ସି ମେଡାଲ ବିଜେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0
96
ଛଅ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୦୫) : ଆର୍ଟ ଟେମ୍ପୁଲ ସୋନପୁର କରାଟେ ସ୍କୁଲ ତରଫରୁ ଓଡିଶା ମୁଥେଇ ଥାଲ୍ ବକ୍ସି ରେ ଛଅ ଜଣିଆ ଖେଳାଳୀ ରାୟଗଡ଼ା ରାଜ୍ୟସ୍ତରିୟ ଚମ୍ପିୟାନଶିପ ରେ ଭାଗ ନେଇ ସମସ୍ତ ଖେଳାଳୀ ମେଡାଲ ବିଜେତା ହୋଇଛନ୍ତି ।WhatsApp Image 2023 05 17 at 09.20.40 ଛଅ ଜଣ ଓଡିଶା ମୁଥେଇ ବକ୍ସି ମେଡାଲ ବିଜେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛଅ ଜଣ ଓଡିଶା ମୁଥେଇ ବକ୍ସି ମେଡାଲ ବିଜେତା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା । ସେମାନେ ହେଲେ ସିନିୟର୍ ବର୍ଗ ଓ ଜୁନିୟର ବର୍ଗର ନୀଳାଦ୍ରି ପାତ୍ର (ସ୍ଵର୍ଣ୍ଣ ପଦକ), ଅଜିତ ଗିରି (ରୋପ୍ୟା ପଦକ) ମିଳନ ସାହୁ (ରୋପ୍ୟ ପଦକ) ରାଜା ସାହୁ, ରୋପ୍ୟ ପଦକ, ସଂଗ୍ରାମ ମେହେର, (କଂ।ଶ୍ୟ ପଦକ) ଶାଶ୍ଵତ ଡ।ଙ୍ଗ, ରୋପ୍ୟ ପଦକ କୋଚ ସୁରଜ୍ ପୁଝାରୀ l ରାଜ୍ୟ ସ୍ତରିୟ ପ୍ରତିଯୋଗିତା ରେ ଉନ୍ନତ ପ୍ରଦର୍ଶନ କରି ଜାତୀୟ ସ୍ତର ସକାଶେ ଆଗାମୀ ଦିନରେ ଖେଳିବାର ସୁଯୋଗ ପାଇବେ ବୋଲି କୋଚ ସୁରଜ୍ ପୁଝାରୀ ମତ ରଖିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ସଂଗଠନ, ପତଞ୍ଜଳି ଯୁବ ଭାରତ, ମାର୍ଚେଣ୍ଟ ଏସୋସିଏସନ, ଜିଲ୍ଲା ରକ୍ତଦାତା ସେବା ସଂଘ ଓ ଫରେଷ୍ଟ ପାର୍କ ମର୍ନିଙ୍ଗ ୱାକର ଟିମ୍, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ଆଜି ସୁବର୍ଣ୍ଣପୁର ଫରେଷ୍ଟ ପାର୍କ ଠାରେ ବିପୁଳ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଇଂ.ତିରୁପତି ପାତ୍ର, ମାର୍ଚେଣ୍ଟ ଏସୋସିଏସନ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଯୁବ ନେତା ଆନନ୍ଦ ପାତ୍ର, ଡ୍ରଗିଷ୍ଟ କେମିଷ୍ଟ ସଂଘ ସଭାପତି ଉମେଶ କୁମାର ସାହୁ, ସମାଜସେବୀ ଶ୍ରୀବନ୍ତ ମିଶ୍ର, ଅକ୍ଷୟ ପାତ୍ର ଯୋଗ ଦେଇ ଖେଳାଳୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଗାମୀ ୨୫ ତାରିଖ ରେ ଚେନ୍ନାଇ ରେ ହେବାକୁ ଜାତୀୟ ସ୍ତରର କରାଟେ ପ୍ରତିଯୋଗିତା ରେ ସଫଳତା ପାଇଁ ଶୁଭେଛା ପ୍ରଦାନ କରିଛନ୍ତି । ସଭା କୁ ସମାଜସେବୀ ମନୋଜ ପଣ୍ଡା, ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଫରେଷ୍ଟ ପାର୍କ ର ଅନେକ ମହିଳା ପୁରୁଷ ମର୍ନିଙ୍ଗ ୱାକର ଯୋଗ ଦେଇ ଖେଳାଳୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ l