ଝାଟି ମାଟି କୁଡ଼ିଆ ରେ ବିତୁଛି ନିରାଶ୍ରୀ ଦେବକୀ ଜୀବନ

0
90
ଝାଟି ମାଟି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୮/୦୫) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦର୍ଶ ଗାଁ କୁମାରୀ ଗ୍ରାମରେ ଝାଟି ମାଟି କୁଡ଼ିଆରେ ନିରାଶ୍ରୀ ଦେବକୀ ଦେହୁରୀ ଦିନ କାଟୁଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଓଡ଼ିଶା ସରକାର ମା ପେଟରୁ ମଣିଷ ଶ୍ମଶାନ ଯିବା ଯାଏଁ ବିଭିନ୍ନ ଯୋଜନା ଚଳାଇଥିବା ବେଳେ ଏହା ଫେଲ ମାରିଛି ନିରାଶ୍ରୀ ଦେବକୀ ଦେହୁରୀ ପାଖରେ । ବାପା ସୁବାଷ ଦେହୁରୀ ଓ ମାଆ ବହୁଦିନ ହେଲା ଆର ପାରି କୁ ଚାଲି ଯିବା ପରେ ଏକାକୀ ଦେବକୀ ବାପ ମା କୁ ଝୁରି ଝୁରି ମାନସିକ ସ୍ତରରେ ବିକଳାଙ୍ଗ ହୋଇଯାଇ ଲାଇଛି ନିରାଶ୍ରୀ ଝିଅ । ଫଳରେ ଭାଇମାନେ ମଧ୍ୟ ପଚାରିନଥିଲେ । ଝାଟି ମାଟି କୁଡ଼ିଆ ରେ ବିତୁଛି ନିରାଶ୍ରୀ ଦେବକୀ ଜୀବନ । ଯିଏ ଯାହା ଦେଲା ଖାଇ ଏବେ ନିରାଶ୍ରୀ ଗାଁ ମୁଣ୍ଡରେ ଏକ ଭଙ୍ଗା ଝାଟି ମାଟି ଚାଲିଆ ରେ ରହୁଅଛି । ଖରl ବର୍ଷା ଶୀତ କାକରରେ ନିଃସଙ୍ଗ ଦିନ କାଟୁଛି ଦେବକୀ । ଦେବକୀର କହିବାନୁଯାଇ ଘର ଖଣ୍ଡେ ପାଇଁ ବହୁ ବାର ବିଭିନ୍ନ ଅଧିକାରୀଙ୍କୁ ଗୁହାରୀ କଲା ପରେବି କାହାର ନଜର ପଡୁନି ଏହି ଅସହାୟ ମହିଳା ଉପରେ ।

ଏଇ କେତେଦିନ ହେଲା ଗ୍ରୀଷ୍ମ ପ୍ରବାହ ରେ ଦିନ ୧୦ ଟା ହେଲେ ଅସମ୍ଭlଳ ହୋଇଯାଇଛି ପରିବେଶ ଫେନ, ଏ ସି ତଳେ ରହି ଲୋକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ମିଳୁନାହିଁ । ଏମିତି ପରିସ୍ଥିତି ରେ କେମିତି ଦିନ କାଟୁଛି ଦେବକୀ ଦେହୁରୀ ବୋଲି ସାଧାରଣ ରେ ଚର୍ଚ୍ଚା ହେବା ସହିତ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଦେବକୀକୁ ବାସଗୃହ ଖଣ୍ଡେ କିମ୍ବା ଅନ୍ୟ କୌଣସି ଥଇଥାନ କଲେ ଅନ୍ତତଃ ବାକି ଜୀବନ କିଛିଟା ସୁଖରେ ରହିବ ବୋଲି ଗ୍ରାମବାସୀଙ୍କ ଦାବି ହେଉଛି l