ବାଟକୁହୁଡ଼ି ଗ୍ରାମରେ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

0
117
ବାଟକୁହୁଡ଼ି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୯/୦୫) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଢାମଣାହାଣ୍ଡି ପଞ୍ଚାୟତ ର ବାଟକୁହୁଡ଼ି ଗାଁ’ରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଏକ ଉଦ୍ୟାନ କୃଷି କର୍ମଶାଳା ଆୟୋଜନ ହୋଇଯାଇଛି ।WhatsApp Image 2023 05 18 at 20.58.00 ବାଟକୁହୁଡ଼ି ଗ୍ରାମରେ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ

ବାଟକୁହୁଡ଼ି ଗ୍ରାମରେ ଉଦ୍ୟାନ କୃଷି କର୍ମଶାଳା ଓ ଦକ୍ଷତା ବିକାଶ କର୍ମଶାଳା ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ବୃକ୍ଷ ରୋପଣ ହୋଇଥିଲା । ସମ୍ମାନନୀୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ କମଳା ଭତରା ଯୋଗ ଦେଇ ବିଭିନ୍ନ ଚାଷ ବିଷୟରେ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ସଂଜୀବ କୁମାର ମହନ୍ତ, ଡ଼ଃ ବିଶ୍ୱଜିତ ରୟ, ସି.ଡି.ଭି. ଓ., ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀ ନିର୍ମଳ କୁମାର ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନେହ ପ୍ରଭାତୀ ମାଝୀ ଓ ଓଡ଼ିଶା ଜୀବିକା ମିଶନ ମୁଖ୍ୟ ସୁଶ୍ରୀ ନମିତା ବାଘ, ସାଂସଦ ପ୍ରତିନିଧି ସୁଧୀର ମହାନ୍ତି, ମହମ୍ମଦ ସଲିମ, ସୁଦୀପ୍ତ ସୌରଭ ସାହୁ, ତ୍ରିଲୋଚନ ସାହୁ, ସୀତାନାଥ ବିଶ୍ୱାଳଙ୍କ ସମେତ ଶତାଧିକ ଚାଷୀ ଏବଂ ବିଭାଗୀୟ ଅଧିକାରୀ ମାନେ ତଥା ବିଜୟ କୁମାର ମହନ୍ତ ପ୍ରମୁଖ ସହକାରୀ ଉଦ୍ୟାନ ଅଧିକାରୀ କୋଟପାଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଜଣା ଯାଇଛି I