କୃଷି ଓ କୃଷକ ସଶକ୍ତିକରଣ ବିଭାଗ : ଦୁଇ ଦିନିଆ ବ୍ଲକସ୍ତରୀୟ କୃଷକ ସଚେତନତା ଶିବିର

0
88
କୃଷି ଓ କୃଷକ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୮/୦୫) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ଗୁଡ଼ାରୀ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଦୁଇ ଦିନିଆ ବ୍ଲକ୍ ସ୍ତରୀୟ କୃଷକସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକ୍ ସ୍ତରୀୟ କୃଷକସଚେତନତା ଶିବିର ରେ ନମୂନା ମୃତ୍ତିକା ସଂଗ୍ରହ ଓ ଆଗୁଆ ସାର ଓ ବିହନ ଗଚ୍ଛିତ ରଖିବା ପାଇଁ ଭାରପ୍ରାପ୍ତ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ବିଷୋୟୀ, ଲ୍ୟାମ୍ପ ଶାଖା ପରିଚାଳକ ଶ୍ରୀ ପ୍ରଦୀପ କୁମାର ପୂଜାରୀ ଓ ଭାରପ୍ରାପ୍ତ ସରକାରୀ କୃଷି ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓ ଉପସ୍ଥିତ ରହି ଚାଷୀ ମାନଙ୍କୁ ସଚେତନ କରାଇଥିଲେ । ଏଥିରେ ଗୁଡାରୀ ବ୍ଳକ ର ସମସ୍ତ ସାର, ବିହନ ଓ ରାସାୟନିକ ସାର ର ଡିଲର କୃଷିକ ସାଥି ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମକୁ ATM ଶ୍ରୀ ନେତ୍ରାନନ୍ଦ ନାୟକ, ଶ୍ରୀ ପ୍ରମୋଦ କୁମାର ମିଶ୍ର ଓ ଶ୍ରୀ ପ୍ରତ୍ୟୁଷ କୁମାର ନାୟକ ସହଯୋଗ କରିଥିଲେ । ଶେଷରେ ସହକାରୀ କୃଷି ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ଦେଓ ଧନ୍ୟବାଦ ଅର୍ପଣ କରିବା ସାଙ୍ଗେ ସାଙ୍ଗେ ଦ୍ଵିତୀୟ ଦିନ ସକାଶେ ଏହି ଶିବିରରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଥିଲେ ।