ସୋନପୁର ପୋଲିସ ର ପିସିଆର ଭ୍ୟାନ ଓଲଟିଲା ରାସ୍ତା ମଝିରେ

0
101
ସୋନପୁର ପୋଲିସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୦/୦୫) : ଆଜି ଅପରାହ୍ନ ୪ ଘଣ୍ଟା ସମୟ ରେ କୌଣସି ଏକ କାମରେ ସୋନପୁର ପୋଲିସ ର ପିସିଆର୍ ଭ୍ୟାନ ଯାଉଥିବା ବେଳେ ବ୍ଲକ ଛକ ନିକଟ ଏକ ହୋଟେଲ ସାମ୍ନା ରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତା ରେ ଓଲଟି ପଡ଼ିଥିଲା ।

ସେହି ଭ୍ୟାନ ରେ ଥିବା ପୋଲିସ କର୍ମଚାରୀ ମାନେ ସୁରକ୍ଷିତ ଥିବା ସୂଚନା ମିଳିଛି । ଏହି ପି ସି ଆର ଭ୍ୟାନ ରେ କିଏ କିଏ ଥିଲେ ଓ କେତେଜଣ ପୋଲିସ ଅଧିକାରୀ ବସିଥିଲେ ଓ କେଉଁ କାମ ରେ ଯାଉଥିଲେ କିଛି ବି ଜଣାପଡ଼ିନାହିଁ l ପୋଲିସ ର ବେପରୁଆ ଗାଡିଚାଳନା ଓ ଦିନ ବେଳା ଏହି ଘଟଣା ଘଟିଛି l ଏହି ଘଟଣା ଦିନ ଦ୍ୱିପ୍ରହର ରେ ଘଟିଥିବା ବେଳେ କେଉଁ କାରଣ ପାଇଁ ସୋନପୁର ପୋଲିସ ଘଟଣା କୁ ଲୁଚାଉଛି ତାକୁ ନେଇ ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।