ଜିଲ୍ଲା ହୋଟେଲ ମାଲିକ ସଂଘ ଗଠିତ

0
95
ଜିଲ୍ଲା ହୋଟେଲ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୧/୦୫) : ଗତକାଲି ସହରର ହୋଟେଲ ହିଲଟନ୍ ହେଭେନ୍ ଠାରେ ଜିଲ୍ଲାର ସମସ୍ତ ହୋଟେଲ ମାଲିକ ମାନଙ୍କୁ ନେଇ ଜିଲ୍ଲା ହୋଟେଲ ମାଲିକ ସଂଘ ଗଠନ ହୋଇଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ହୋଟେଲ ମାଲିକ ସଂଘ ଗଠିତ ଏଥିରେ ସର୍ବ ସମ୍ମତି କ୍ରମେ ଅରବିନ୍ଦ ବାରିକ ସଭାପତି ଓ ନିଶାନ୍ତ କୁମାର ମହାନ୍ତି ସମ୍ପାଦକ ଓ ଚନ୍ଦନ ବେହେରା ଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିଲା । ମନ୍ଦିରମାଳିନୀ ତଥା ସଂସ୍କୃତି ସଂପନ୍ନ ସୁବର୍ଣ୍ଣପୁର ଜିଲ୍ଲାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ତଥା ଉତ୍ତମ ଆତିଥ୍ୟ ଦେବାରେ କୌଣସି ଅବହେଳା ନହେବା ଉପରେ ଗୁରୁତ୍ୱ ଦେବାକୁ ସମସ୍ତେ ମତରଖିବାସହ ଭବିଷ୍ୟତ ରେ ନୂତନ ଇଭେଣ୍ଟ ମାନ ଆୟୋଜନ କରି ପର୍ଯଟନ ଶିଳ୍ପ କୁ ସମୃଦ୍ଧ କରିବାପାଇଁ ପ୍ରଶାସନ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବୁଲୁନେଗୀ, ଜୟକୃଷ୍ଣ ସାହା, ଅଭୟ ରଥ, ପ୍ରଭାସ ମେହେର, ଚନ୍ଦନ ଦେହେରୀ, ପ୍ରଶାନ୍ତ ବାବୁ ଓ ସନ୍ତୋଷ ଭୋଇ ପ୍ରମୁଖ ହୋଟେଲ ମାଲିକ ସମୁହ ଉପସ୍ଥିତ ଥିଲେ ।